ଓ୍ବାଶିଂଟନ,୨୦ା୫: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍ଙ୍କ ସହ ୨ ଘଣ୍ଟା ଆଲୋଚନା କରିଛନ୍ତି। ଯୁଦ୍ଧ ବନ୍ଦ ଦିଗରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପୁଟିନ୍ କହିଥିବା ଜଣାପଡ଼ିଛି।
ରୁଷିଆ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ। ବୁଝାମଣା ଉଭୟ ପକ୍ଷକୁ ସୁହାଇଲା ଭଳି ହେବା ଆବଶ୍ୟକ ବୋଲି ପୁଟିନ୍ କହିଛନ୍ତି। ଟ୍ରମ୍ପ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସପ୍ତାହ ଶେଷ ସୁଦ୍ଧା ଯୁଦ୍ଧବିରତି ନେଇ ଆଶାବ୍ୟକ୍ତ କରିଛନ୍ତି। ଏନେଇ ସେ ନାଟୋ ନେତାମାନଙ୍କ ସହ ଆଲୋଚନା କରିବାକୁ ଉଦ୍ୟମ କରିବେ। ତେବେ ବୁଝାମଣାକୁ ପୁଟିନ୍ ଗମ୍ଭୀର ଭାବେ ନେଉ ନ ଥିବା ଯଦି ଟ୍ରମ୍ପ୍ ଅନୁଭବ କରନ୍ତି, ତେବେ ସେ ନିଜ ଉଦ୍ୟମରୁ ଓହରିଯିବେ ବୋଲି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି।