ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି ଗ୍ରାମର ପ୍ରଦୀପ୍ତ କୁମାର ମିଶ୍ର ସମିତି ମଣ୍ଡିରେ ୭୫ କୁଇଣ୍ଟାଲ ଧାନ ଦେଇ ପ୍ରାପ୍ୟ ପାଇ ନ ଥିବାବେଳେ ବାଗସାହିପାଳ ଗ୍ରାମର ଚାଷୀ ସନ୍ତୋଷ ସାହୁ ସମିତିର ତ୍ରୁଟି ଯୋଗୁ ଧାନ ବିକି ପାରି ନ ଥିବା ଜଣାଯାଇଛି l ଯାହାଫଳରେ ତାଙ୍କ ଟୋକନ ସମୟ ସୀମା ସରିଯାଇଥିବା ସନ୍ତୋଷ ଅଭିଯୋଗ କରିଛନ୍ତି l ଏହି ପରିପ୍ରେକ୍ଷୀରେ ପ୍ରଦୀପ୍ତଙ୍କୁ ପ୍ରାପ୍ୟ ମିଳିବା ଏବଂ ସନ୍ତୋଷଙ୍କ ଧାନ କ୍ରୟ କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ଉଭୟ ଚାଷୀ ଦାବି କରିଛନ୍ତି l ତେବେ ଏହି ଧାରଣା ପରେ ସମିତି କାର୍ଯ୍ୟାଳୟରେ ସମିତି ସଭାପତି ମାନସ ରଞ୍ଜନ ନାୟକଙ୍କ ସମେତ ପୂର୍ବତନ ସଭାପତି ନୃସିଂହ ମହାକୁଡ଼, ଶ୍ରୀଧର ମଲିକ, ସୁରେଶ ଦାସ, ବିପିନ ରାଉତ, ଦୀନବନ୍ଧୁ ମହାକୁଡ଼, ଉପେନ୍ଦ୍ର ରାଉତ, ନୀଳମଣି ମାଝୀ ପ୍ରମୁଖ ଉପସ୍ଥିତ ରହି ଏ ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରି ନ ଥିବା ଜଣାଯାଇଛି l