ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ): କଡ଼ା ସୁରକ୍ଷା ମଧ୍ୟରେ ମଙ୍ଗଳବାର ଠାରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏବଂ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀ ଛାତ୍ର ମାନେ ପରୀକ୍ଷା ହଲକୁ ଯିବା ପୁର୍ବରୁ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଉକ୍ତ ଦୁଇ ମହାବିଦ୍ୟାଳୟରେ ହବ୍ ମଧ୍ୟ ହୋଇଛି। ଏଠାରୁ ଅଞ୍ଚଳର ଅନ୍ୟାନ୍ୟ ମହାବିଦ୍ୟାଳୟକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପଠାଯାଉଛି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ପରୀକ୍ଷା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ତେଣୁ କଲେଜ ମୁଖ୍ୟ ଫାଟକରୁ ହିଁ ଛାତ୍ରୀ ଛାତ୍ରଙ୍କୁ ଯାଞ୍ଚକରି ପରୀକ୍ଷା ହଲକୁ ଛଡ଼ାଯାଉଛି।