ପାଟଣା,୧୭।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ର ୩ ନେତା ରବିବାର ବିଧିବଦ୍ଧ ଭାବେ ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଇଛନ୍ତି। ସାହାରପଡ଼ା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ନେତା ଦୀପକ ରାଜ ଓ ପାଟଣା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଡୁମୁରିଆ ସରପଞ୍ଚ ଗୌରହରି ନାଏକ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେହିଭଳି ପାଟଣା ବ୍ଲକ ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାଏକ (ଭାଜପାରୁ ନିଲମ୍ବିତ ହୋଇଥିବା ନେତା)କଂଗ୍ରେସରେ ଯୋଗ ଦେଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ କୁମାର ଲାଲୁ ଙ୍କ ଉପସ୍ଥିତିରେ ଏହି ୩ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦୁଝର ପୂର୍ବତନ ଏମ୍ପି ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ କେନ୍ଦୁଝର ସଦର ବିଧାୟକ ଇଁ ସୁବର୍ଣ୍ଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।