ଦିଗପହଣ୍ଡି, ୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ତପ୍ତପାଣି ୩୨୬ ନଂ ଜାତୀୟ ରାଜପଥର ମୌଳାଭଞ୍ଜା ବ୍ରିଜ ଉପରେ ମଙ୍ଗଳବାର ସାରେ ୨ଟି ପଲସର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଯୁବକ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପାଟପୁର ଥାନା ଗୋକର୍ଣ୍ଣମେରୀପଲ୍ଲୀ ଗ୍ରାମର ଶଙ୍କର ଗୌଡ଼ (୨୫), ସଞ୍ଜୟ ଗୌଡ(୨୭), ଏବଂ ଖୋଲଡି ଗ୍ରାମର ଆକାଶ ସାହୁ(୧୯) ବଣ୍ଟି ସାହୁ(୨୧)।
ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
Dharitri – Odisha’s No.1 Odia Daily