ଭଞ୍ଜନଗର,୮।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ଗୁରୁବାର ରାତିରେ ଘୋଗଡ ସଂରକ୍ଷିତ ଜଙ୍ଗଲ ରାସ୍ତାରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ଗୋଟିଏ ମାଉଜର, ୨ ଟି ଜୀବନ୍ତ ଗୁଳି, ଗୋଟିଏ ବାଇକ, ଦୁଇଟି ମୋବାଇଲ ଫୋନ
ଜବତ କରାଯାଇଛି। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇଜଣ ହେଲେ ରୁଢାପଦରର ଅଜୁ ବିଷୋୟୀ ଓ ଦଶପଲ୍ଲା ଅଞ୍ଚଳ ପୋଇବଡିର ବିଭୂତି ଭୂଷଣ ରଥ। ଗିରଫ ଅଭିଯୁକ୍ତ ଦ୍ବୟଙ୍କ ନାମରେ ପୁର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି ବୋଲି ଭଞ୍ଜନଗର ଏସ ଡି ପି ଓ ଦୀପକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ବିଗତ କିଛି ମାସ ହେବ ଜିଲାରେ ଅପରାଧ ହାର ବଢ଼ିଯାଇଥିଲା। ସେଥିମଧ୍ୟରୁ କିଛି ଗୁରୁତ୍ୱର୍ଣ ଅପରାଧ ମଧ୍ୟ ଘଟିଥିଲା। ଯାହାକୁ ନେଇ ପୋଲିସଧ୍ର ଚିନ୍ତା ବଢ଼ିଯାଇଥିଲା। ପରେ ଜିଲାରେ ଅପରାଧ ଦମନ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା। ଏହିଭଳି ତାରସିଂ ପୋଲିସ ମଧ୍ୟ ଅଭିଯୁକ୍ତ ଦମନଧ୍ରେ ଲାଗି ପଡିଛନ୍ତି । ରାତିରେ ଆଇ ଆଇ ସି ଶୁଭଲକ୍ଷ୍ମି ପୂଜାରୀ ଦଶପଲ୍ଲା ରାସ୍ତାରେ ପାଟ୍ରୋଲିଁ କରୁଥିଲେ। ଏହି ସମୟରେ ଉକ୍ତ ଦୁଇ ଯୁବକଙ୍କୁ ସନ୍ଦେହରେ ପୋଲିସ
କାବୁ କରିବା ପରେ ସେମାନେ ଅପରାଧୀ ବୋଲି ଜଣାପଡ଼ିଥିଲେ। ସେମାନେ କିଛି ଅଘଟଣ ଘଟାଇବା ପାଇଁ ଯୋଜନା ଚଳାଇଥିଲେ। ଏହା ପୂର୍ବରୁ ପୋଲିସ ମାଡ଼ି ବସିଲା।