ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିଛି। ଦୁଇଟି ଟ୍ରଲରରେ ବିଜୟନଗରମ୍ ଅଞ୍ଚଳର କେ. ନରସିଂଘ, ଏମ. ରାମ, ଏ. ସେଣ୍ଡୋଡା,ଏମ. କର୍ଲେୟା, ଗୁଣ୍ଟୁ ଲାକ୍ସମେୟା ,ଏମ. ଏରେୟା, ଏମ. ନରସିଂଘେ ଓ କେ. ପୋଲେୟା ଥିଲେ। ଏମାନଙ୍କ ବୟସ ୨୫ରୁ ୫୨ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ଜବତ ଆନ୍ଧ୍ର ଟ୍ରଲର ଦୁଇଟି ଆଇଏନଡି-ଏପି-ଭି୫-ଏମଏମ-୧୪୭ ଏବଂ ଆଇଏନଡି-ଏପି-ଭି୫-ଏମଏମ-୭୯୦ ନମ୍ବର ବିଶିଷ୍ଟ। ଏଥିସହ ଗୋଟିଏ ଟ୍ରଲରରୁ ୪୪ କିଲୋ ଓ ଅନ୍ୟ ଟ୍ରଲରରୁ ୩୨ କିଲୋ ଓଜନର ମାଛକୁ ଫିସେରୀ ବିଭାଗ ବିକ୍ରି କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ଗୁରୁବାର ରମ୍ଭା ଫରେଷ୍ଟର ପ୍ରଶାନ୍ତ ରାଓ, ଏଏଫଓ ଅମୀୟ ରଞ୍ଜନ ନାୟକ, ତପନ ନନ୍ଦ ଓ ସହକର୍ମୀ ସମୁଦ୍ର ମଧ୍ୟରେ ପାଟ୍ରୋଲଂ କରୁଥିବା ବେଳେ ଆନ୍ଧ୍ରର ଏହି ୨ ଟ୍ରଲର ନୋ ଫିସିଂ ଜୋନ ମଧ୍ୟରେ ମାଛ ମାରୁଥିବା ବେଳେ ଜବତ କରିଥିଲେ।