ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ଚର୍ଚ୍ଚାରେ ଅଦ୍ଭୁତ ବାଳିକା ଦୀପିକା ବିଶ୍ବାଳ। ତାଙ୍କୁ ମାତ୍ର ଦୁଇ ବର୍ଷ ୩ ମାସ ହେଉଛି। ହେଲେ ସେ ନିର୍ଭୁୁଲ ଭାବରେ କହୁଛନ୍ତି ବିଭିନ୍ନ ଶ୍ଲୋକ। ଖାଲି ସେତିକି ନୁହେଁ ସପ୍ତାହ, ମାସ, ବିଭିନ୍ନ ପ୍ରାଣୀ, ଜାତୀୟ ସଙ୍ଗୀତ, ୫ ଯାଏ ପଣିକିଆ ଆଦି କହି ଆଜି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନପାଇଛନ୍ତି l ଦୀପିକାଙ୍କ ଘର ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଖଲିଆପାଳି ଗ୍ରାମରେ। ମା’ ଚନ୍ଦ୍ରିକା ପ୍ରଧାନ, ବାପା ପୌଲସ୍ତ୍ୟ ବିଶ୍ୱାଳଙ୍କ ଝିଅ। ମାତ୍ର ଦୁଇ ବର୍ଷ ୩ ମାସ ବୟସରେ ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁ ଆଜି ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବଲାଙ୍ଗିର ଜିଲା ପାଇଁ ଗୌରବ ଆଣିଛନ୍ତି l ସେ ପ୍ରାୟ ପାଖପାଖି ଦୁଇ ବର୍ଷରେ କଥା କହିବା ଆରମ୍ଭ କରିଥିଲେ l ତାଙ୍କର ବିଚକ୍ଷଣ ବୁଦ୍ଧିକୁ ଦେଖି ତାଙ୍କ ମା’ ତାଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଥରଟିଏ ଶୁଣିଲା ମାତ୍ରେ ତାକୁ ମନେ ରଖି ଦେଉଛନ୍ତି। ପରବର୍ତ୍ତୀ ସମୟର ତାହା ପଚାରିଲେ ଚଟାପଟ ଉତ୍ତର ଦେଉଛନ୍ତି।ଦୀପିକା ମା’ଠାରୁ ଶିକ୍ଷା ଲାଭ କରି ଆଜି ସେ ଝିଅଟି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବାରୁ ମା’ବାପା ଖୁସି ଜାହିର କରିଛନ୍ତି।