Categories: Home Leftଖେଳ

ମହିଳା ବିଶ୍ୱକପରେ ରିଚା ଘୋଷଙ୍କ ଐତିହାସିକ ରେକର୍ଡ, ୮ ନମ୍ବରରେ ବ୍ୟାଟିଂ କରି…

ବିଶାଖାପାଟଣା,୯ା୧୦: ମହିଳା ବିଶ୍ୱକପ ୨୦୨୫ରେ ଗୁରୁବାର ବିଶାଖାପାଟଣାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୦୨/୬ରୁ ୪୯.୫ ଓଭରରେ ୨୫୧ ରନ୍ କରିଥିଲା, ଯାହାର ମୁଖ୍ୟ କାରଣ ଥିଲେ ନମ୍ବର ୮ ବ୍ୟାଟର ରିଚା ଘୋଷ। ୨୨ ବର୍ଷୀୟ ରିଚା ୭୭ ବଲରେ ୯୪ ରନ (୧୧×୪, ୪×୬) କରି ମହିଳା ଏକଦିବସୀୟରେ ୮ କିମ୍ବା ତା’ଠାରୁ ନିମ୍ନରେ ବ୍ୟାଟିଂ କରି ୮୦ ବା ତଦୁର୍ଦ୍ଧ ରନ୍ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି। ଏହା ସହ ସେ ୧,୦୧୦ ବଲରେ ୧,୦୦୦ ରନ୍ ପୂରଣ କରି ମହିଳା ଏକଦିବସୀୟରେ ଭାରତର ସର୍ବାଧିକ ଦ୍ରୁତ ଖେଳାଳି ହୋଇଛନ୍ତି।

ଭାରତର ଓପନର ପ୍ରତୀକା ରାୱଲ (୩୭) ଓ ସ୍ମୃତି ମାନ୍ଦାନା (୨୩) ୧୦.୨ ଓଭରରେ ୫୫ ରନ୍ ଯୋଗ କରିଥିଲେ। କିନ୍ତୁ ମନ୍ଦାନା ଓ ହରଲୀନ ଦେଓଲ (୧୩) ଆଉଟ ହେବା ପରେ ଭାରତ ୧୯ ରନ୍‌ରେ ୫ ଉଇକେଟ ହରାଇ ୧୦୨/୬ରେ ପହଞ୍ଚିଥିଲା। ରିଚା ଓ ଅମନଜୋତ କୌର (୧୩) ୫୧ ରନ୍ ଯୋଗ କରିଥିଲେ, ପରେ ରିଚା ଓ ସ୍ନେହ ରାଣା (୩୩) ଅଷ୍ଟମ ଉଇକେଟ ପାଇଁ ୫୩ ବଲରେ ୮୮ ରନ୍ ଯୋଗ କରି ଭାରତକୁ ପ୍ରତିଦ୍ୱନ୍ଦ୍ୱୀ ସ୍କୋର ପାଇଁ ସହାୟକ ହୋଇଥିଲେ। ରିଚାଙ୍କ ୫୩ ବଲରେ ଫିଫ୍ଟି ଓ ଦମଦାର ଶୈଳୀ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଚାପରେ ରଖିଥିଲା।

Dharitri – The Largest & Most Trusted Odia Daily