ସରକାରୀ ଯୋଜନାରୁ ବଞ୍ଚିତ ୧୯୪ ହାଇସ୍କୁଲ, ୬ ଦଫା ଦାବିରେ ୧୬ରେ ଭୁବନେଶ୍ୱରରେ ଆନ୍ଦୋଳନ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୟ ସମିତି ରବିବାର ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହଠାରେ ଓଷ୍ଟା ତରଫରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଦିଲୀପ କୁମାର ସ୍ବାଇଁ ଏଥିରେ ସଭାପତିତ୍ୱ କରିଥିଲେ।
ପ୍ରତିବର୍ଷ ଅଗଷ୍ଟ ମାସ ୧୬ ତାରିଖକୁ ସଙ୍ଘ ଦାବି ଦିବସ ଭାବେ ପାଳନ କରୁଛି।  ଚଳିତ ବର୍ଷ ସଙ୍ଘ ଭୁବନେଶ୍ୱରରେ ଏହି ଦିବସ ପାଳନ କରିବା ସହ ୬ ଦଫା ଦାବି ନେଇ ଆନ୍ଦୋଳନ କରିବ। ଦାବୀ ଗୁଡ଼ିକ ହେଲା ରାଜ୍ୟର ୧୯୪ ବର୍ଗର ସମସ୍ତ ହାଇସ୍କୁଲକୁ ଅନୁଦାନ ଦେବା। ଏଥିସହ ଅନ୍ୟାନ୍ୟ ସରକାରୀ ସୁବିଧା ଦେବା। ଉକ୍ତ ବିଦ୍ୟାଳୟଗୁଡ଼ିକ ୨୫ ବର୍ଷରୁ ଊଦ୍ଧର୍‌ବ ହେବ ପ୍ରତିଷ୍ଠା ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି। କର୍ମଚାରୀଙ୍କୁ ସରକାର ଦରମା ମଧ୍ୟ ଦେଉନାହାନ୍ତି। ସରକାରଙ୍କ ଏହିଭଳି ଶିକ୍ଷାନୀତି ବିରୁଦ୍ଧରେ ଆନ୍ଦୋଳନ ହେବ। ସମାନ କାମକୁ ସମାନ ଦରମା ଦେବା, ପେନସନ ବ୍ୟବସ୍ଥା ଲାଗୁ କରିବା, ଅବସର ସମୟ ୬୨ ବର୍ଷ କରିବା, ଚାକିରୀ ସର୍ତାବଳୀ ଲାଗୁ କରିବା ଦାବି ନେଇ ଆନ୍ଦୋଳନ ହେବ। ଜିଲା ସଭାପତି ସନ୍ତୋଷ ଜେନା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହା କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ  ସମ୍ପାଦକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ଅଧକ୍ଷ କୃତିବାସ ବିଶ୍ୱାଳ, ବ୍ରହ୍ମ କୁମାରୀ ସନ୍ତୋଷିନୀ ଭଉଣୀ,ଆଲୋଓଷ୍ଟl ଜିଲା ସଭାପତି କୃଷ୍ଟ ଚନ୍ଦ୍ର ଦାସ, ସମ୍ପାଦକ ରାଜେଶ କୁମାର ପ୍ରଧାନ, ଅଶୋକ କୁମାର ସ୍ବାଇଁ, ସୁଜାତା ଦାସ, ଦୁର୍ଗାମାଧବ ଦାସ, ତ୍ରିନାଥ ବେହେରା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଭୂତି ଭୂଷଣ ଜେନା, ବିଷ୍ଣୁ ନାରାୟଣ ପଣ୍ଡା ଓ ବାବୁଲା ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୁବାସ ଚନ୍ଦ୍ର ତାରିଣୀ, ଲଷ୍ମୀଧର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଅମର ବିଳାସ ବେହେରା ଓ ବାସନ୍ତୀ ପାଣିଗ୍ରାହୀଙ୍କୁ ଜିଲ୍ଳା ସଂଘ ତରଫରୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା l ଆସନ୍ତା ଅଗଷ୍ଟ ୧୬ ଦାବି ଦିବସରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶିକ୍ଷକ ଭୁବନେଶ୍ୱର ଶିକ୍ଷକ ସଂଘ ଧାରଣାରେ ଯୋଗଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଓଁ ଶାନ୍ତି ଭଉଣୀ ମାନେ ସମସ୍ତ ଭାଇ ମାନଙ୍କୁ ରାଖୀ ବନ୍ଧନ କରିଥିଲେ । ସଭାରେ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଶିକ୍ଷକ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସମ୍ପାଦକ ଗୌରୀ ନନ୍ଦନ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ ।

Share
Tags: ganjamodisha