ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ: ୧୮୭ ଲିଟର ବିଦେଶୀ ମଦ ଜବତ

ରିଷିଡା,୨୮।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଭିରକାପଡା, ଫଟାମୁଣ୍ତା ତେରେସିଂହା ଛକର ବିଭିନ୍ନ ଦୋକାନରେ ବୁଧବାର ଅଚାନକ ଚଢ଼ାଉ କରି ସଂପୃକ୍ତ ବେପାରୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ୧୮୭ ଲିଟର ବିଦେଶୀ ମଦ ଜବତ ହୋଇଛି। ଏଥିରେ କେସିଙ୍ଗା ଏସଡିପିଓ ସଂଜିବ ମାଝୀଙ୍କ ନେତୃତ୍ୱରେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସମେତ ଏକ ସ୍ବତନ୍ତ୍ର ଟିମ ସାମିଲ ହୋଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ୨୧୫,୨୧୬,୨୧୭ କେସ୍‌ ନମ୍ବର ରୁଜୁ କରି ଜବତ ହୋଇଥିବା ବିଦେଶୀ ମଦ ମରାମପୁର ଥାନା ପଠାଇଥିବା ସୂଚନା ମିଳିଛି।

Share
Tags: odisha