ଆରମ୍ଭ ହେଲା ଭାରତ-ନେପାଳ ସମରାଭ୍ୟାସ ‘ସୂର୍ଯ୍ୟକିରଣ’

ନୂଆଦିଲ୍ଲୀ,୧୬।୧୨: ନେପାଳର ଆର୍ମି ବ୍ୟାଟେଲ ସ୍କୁଲରେ ଭାରତ-ନେପାଳ ସେନା ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ‘ସୂର୍ଯ୍ୟକିରଣ’ । ଏହା ଦୁଇ ଦେଶ ମଧ୍ୟରେ ୧୬ତମ ଜଏଣ୍ଟ ମିଲିଟାରି ଟ୍ରେନିଂ ଏକ୍ସରସାଇଜ୍‌। ଏହାଦ୍ୱାରା ଭାରତ-ନେପାଳ ସେନାର ପାରସ୍ପରିକ କାର୍ଯ୍ୟଦକ୍ଷତାର ବିକାଶ ହୋଇପାରିବ। ଏପରିକି ବିପର୍ଯ୍ୟୟ ପରିଚାଳନାରେ ସଶସ୍ତ୍ର ବାହିନୀର ଭୂମିକାକୁ ହୃଦୟଙ୍ଗମ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହି ମିଳିତ ସାମରିକ ଅଭ୍ୟାସ ପ୍ରତିରକ୍ଷା ସହଯୋଗସ୍ତରକୁ ବଢ଼ାଇବ, ଯାହା ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବୃଦ୍ଧି କରିବ।

Share