Categories: Home Leftଖେଳ

ଆର୍‌ସିବି ଆଗରେ ୧୬୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଛି ଗୁଜରାଟ। ଫଳରେ ଆର୍‌ସିବି ଆଗରେ ୧୬୯ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ଗୁଜରାଟ।

ଦଳ ଆରମ୍ଭରୁ ଶୁବମାନ ଗିଲ (୧) ଏବଂ ମାଥ୍ୟୁ ଓ୍ବେଡ୍‌ (୧୬ ରନ୍‌, ୨ ଚୌକା ଓ ୧ ଛକା)ଙ୍କ ଉଇକେଟ ହରାଇଥିଲା। ଫର୍ମରେ ଥିବା ରିଦ୍ଧିମାନ ଶାହା (୩୧ ରନ୍‌, ୪ ଚୌକା ଓ ୧ ଛକା) ରନ୍‌ ଆଉଟ୍‌ ହୋଇଥିଲେ। ତା’ପରେ ଅଧିନାୟକ ହାର୍ଦ୍ଦିକ ଏବଂ ଡେଭିଡ୍‌ ମିଲର (୩୪ ରନ୍‌, ୩ ଛକା) ଚତୁର୍ଥ ଉଇକେଟ ପାଇଁ ୬୧ ରନ୍‌ ଯୋଡ଼ିଥିଲେ। ରାହୁଲ ଟଓ୍ବେଟିଆ (୨) ବିଫଳ ହୋଇଥିଲେ। ଶେଷ ୨ ଓଭରରେ ରଶିଦ ଖାନ (୧୯ ରନ୍‌, ୧ ଚୌକା ଓ ୨ ଛକା) ଓ ହାର୍ଦ୍ଦିକ ୩୪ ରନ୍‌ ଯୋଡ଼ିଥିଲେ। ଯାହା ଫଳରେ ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଛି। ଅଧିନାୟକ ହାର୍ଦ୍ଦିକ ୪୭ ବଲରେ ୬୨ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ଆର୍‌ସିବି ପକ୍ଷରୁ ବୋଲିଂରେ ଜୋଶ ହାଜେଲଉଡ୍‌ ୨ ଉଇକେଟ ନେଇଥିବା ବେଳେ ମ୍ୟାକ୍ସଓ୍ବେଲ ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ।