ଆଗ୍ରା,୩୦।୯: ଉତ୍ତର ପ୍ରଦେଶ ଆଗ୍ରାର ତାଜଗଞ୍ଜ ଅଞ୍ଚଳରେ ଦେହବେପାର ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏଠାରେ ଏକ ହୋଟେଲରେ ଦେହ ବେପାର ଚାଲିଥିବାବେଳେ ପୋଲିସ ଧରପଗଡ଼ କରିଛି। ଯୁବତୀଙ୍କୁ ଚାକିରି ଦେବାକୁ କହି ସେମାନଙ୍କୁ ଦେହ ବେପାରରେ ଲଗାଉଥିଲେ ଦଲାଲ। ପୋଲିସ ୭ ଜଣ ଯୁବତୀଙ୍କୁ ଏଠାରୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଜଣେ ୧୬ ବର୍ଷିୟା ନାବାଳିକା ମଧ୍ୟ ଅଛନ୍ତି। କାନପୁରରେ ରହୁଥିବା ଜଣେ ନାବାଳିକାଙ୍କ ସହ ଘଟିଛି ଏହି ଘଟଣା। ପୋଲିସକୁ ନାବାଳିକା ଜଣଙ୍କ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଦେହ ବେପାର କରିବାର କାରଣ ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୋ ମା’ ବହୁ ବର୍ଷ ପୂର୍ବରୁ ତାଙ୍କ ବାପାଙ୍କ ସହ ରହୁ ନ ଥିଲେ । ମୋ ବାପା ଜଣେ ମଦ୍ୟପ ବ୍ୟକ୍ତି । ତେଣୁ ମୁଁ ଚଳିବାକୁ ବହୁତ କଷ୍ଟ ହେଉଥିଲା। ମୁଁ ସୁମିତ ନାମକ ଜଣେ ଯୁବକଙ୍କୁ ଭେଟିଥିଲି। ସେ ମୋତେ ସାହଯ୍ୟ କରିବାକୁ କହିଥିଲେ। ମୋ ବାପାଙ୍କୁ କହି ଚାକିରି କରାଇଦେବା ନାଁରେ ମୋତେ ଗାଁରୁ ସହରକୁ ଆଣିଥିଲେ। ଆଉ ତା’ ପରେ ଏପରି ଅନୈତିକ କାର୍ଯ୍ୟରେ ଲଗାଇଥିଲେ।
ପୋଲିସ ସୂଚନା ପାଇବା ପରେ ଦେହ ବେପାର ଚାଲିଥିବା ହୋଟେଲ ଉପରେ ଚଢାଉ କରାଯାଇଥିଲା। ଫରେ ସବୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଗ୍ରାହକମାନେ ହୋଟେଲ ମାଲିକଙ୍କୁ ଟଙ୍କା ଦେଉଥିଲେ। ହେଟେଲ ମାଲିକ ନାବାଳିକାଙ୍କ ନିକଟରେ ସେମାନଙ୍କୁ ପହଞ୍ଚାଇ ଦେଉଥିଲେ। ସେମାନେ ଯୁବତୀମାନଙ୍କୁ ହୋଟେଲକୁ ଆଣି ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରଖନ୍ତି। ଏହି ହୋଟେଲକୁ ଆସୁଥିବା ଯୁବକମାନଙ୍କ ଠାରୁ ପରିଚୟପତ୍ର ମଧ୍ୟ ରଖାଯାଏ ନାହିଁ। ଅଭିଯୁକ୍ତମାନଙ୍କୁ ଗିରଫ ପରେ ମାମଲା ରୁଜୁ କରାଯାଇ ଜେଲ ପଠାଇ ଦିଆଯାଇଛି ।