ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍କୁ ବନ୍ଦ କରାଯାଇଛି। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଉଭୟ ପାଶର୍ବର ୨ଟି ଲେଖାଏ ମିଶି ମୋଟ ୪ଟି ସ୍କୁଇସ ଗେଟ୍କୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ବାମପାଶର୍ବସ୍ଥ ୧୧ଟି ଓ ଦକ୍ଷିଣ ପାର୍ଶସ୍ଥ ୫ଟି ମିଶି ମୋଟ ୧୬ଟି ସ୍କୁଇସ ଗେଟ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ହ୍ରାସ ପାଇ ବୁଧବାର ପୂର୍ବାହ୍ନ ସଢ଼େ ୯ଟା ସୁଦ୍ଧା ୬୦୬. ୧୦ ଫୁଟ୍ରେ ପହଞ୍ଚିଛି।
ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୨ ଲକ୍ଷ ୨୬ ହଜାର ୦୩୫ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୭୦ ହାଜର ୨୬୫ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରେ ୧୬ଟି ସ୍କୁଇସ ଗେଟ ଜରିଆରେ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୨ ଲକ୍ଷ ୩୨ ହାଜର କର ୭୨୦ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୪,୩୧୦ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ଜଳ ସେଚନ ପାଇଁ ବରଗଡ଼ କେନାଲରେ ୨୭୫୫, ଶାସନ କେନାଲରେ ୨୦୦ ଓ ସମ୍ବଲପୁର କେନାଲରେ ୪୬ ଘନଫୁଟ ଜଳ ମିଶି ମୋଟ ୩୦୦୧ ଘନଫୁଟ ଫୁଟ ଜଳ ନିଷ୍କାସନ କରାଯାଉଛି।