ଥାନା ପରିସରରେ କରାଗଲା ୧୫୨ ଚାରାରୋପଣ, ଉପସ୍ଥିତ ଥିଲେ…

ଜଗନ୍ନାଥ ପ୍ରସାଦ,୧୭।୯(ବିଭୁ ପ୍ରସାଦ ପଟ୍ଟନାୟକ) : ବୁଧବାର ଜଗନ୍ନାଥ ପ୍ରସାଦ ଥାନା ପରିସରରେ ଥାନା କର୍ମଚାରୀ ସ୍ଥାନୀୟ ସମାଜସେବୀମାନଙ୍କ ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରାଇବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ।

ଏହି ଅବସରରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା,ବନାଞ୍ଚଳ ଅଧିକାରୀ ସୁଶ୍ରୀ ସୁଜାତା ପଣ୍ଡା, ଅବସରପ୍ରାପ୍ତ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ଅବସରପ୍ରାପ୍ତ ସେନା ଅଧିକାରୀ ରଘୁନାଥ ଜେନା,ଏସଆଈ ବଂଶୀଧର ମଲ୍ଲିକ, ଏସଆଈ ଜ୍ୟୋତିରଞ୍ଜନ ସାହୁ, ଏଏସଆଈ ବ୍ରହ୍ମାନନ୍ଦ ପ୍ରଧାନ, ପ୍ରିୟରଞ୍ଜନ ମିଶ୍ର, ଟି.ପ୍ରମିଳା, ସୁକାନ୍ତି ଦେଇ, ଖବରଦାତା ଚନ୍ଦ୍ରକେତୁ ରାଉତ, ଚିତ୍ତରଞ୍ଜନ ଗନ୍ତାୟତ, ଧବଳେଶ୍ୱର ବେହେରା,ନାରାୟଣ ନାଇକ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ। ଗଛ ବଞ୍ଚିଲେ, ବଞ୍ଚିିବେ ଜନ ଏବଂ ମା’ ପାଇଁ ଗଛଟିଏ ସ୍ଲୋଗାନ ଦେଇ ଥାନା ପରିସରରେ ଅଶୋକ, ବଉଳକୋଳି, ବାଦାମ, ଓଉ, ପିଜୁଳି, କଦମ୍ବ ଭଳି ବିଭିନ୍ନ ପ୍ରକାର ଚାରା ଲଗାଯାଇଛି। ଏଥିରେ ୧୫୨ ଗୋଟି ବୃକ୍ଷରୋପଣ କରାଯାଇଥିଲା। ହାବିଲଦାର ପ୍ରିୟବ୍ରତ ରଣା, ଲଷ୍ମୀଧର ରାଉତ,ଜି.ଚିରଞ୍ଜିବି ପ୍ରଧାନ, ପ୍ରକାଶ ପାଟ୍ଟମାଝି, ତ୍ରିନାଥ ନାୟକ,ବନବାସ ସବର, ପବିତ୍ର ରଣା, ଜଗନ୍ନାଥ ପାତ୍ର, ପ୍ରେମଳତା ଜେନା, ସେବତୀ ପ୍ରଧାନ, ଦୀପାଳି ମହାନ୍ତି, ସମାଜସେବୀ ସୂର୍ଯ୍ୟନାରାୟ ପଣ୍ଡା ଓ ସନ୍ତୋଷ କୁମାର ସେଠି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।