ତୁମୁଡିବନ୍ଧ,୭।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସ୍ଥିତ ସ୍ଥାନୀୟ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଭବ୍ୟ ଅବସରରେ ତୁମୁଡିବନ୍ଧ ଅଗ୍ନିଶମ ବିଭାଗର ଅଧିକାରୀ ଚିତରଞ୍ଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ନିଜର ବକ୍ତବ୍ୟ ରଖୁଥିଲେ ଯେ, ଏହି ରାଷ୍ଟ୍ରୀୟ ସଙ୍ଗୀତ ମାଧ୍ୟମରେ ଅତିତରେ କିପରି ଭାରତୀୟମାନେ ଏକତ୍ରୀତ ହୋଇ ଶକ୍ତି ଶାଳି ହୋଇ ଇଂରେଜ ମାନଙ୍କୁ ବିତାଡିତ କରି ସ୍ବାଧୀନତା ଆଣିଥିଲେ। ତତ୍ ସଙ୍ଗେ ସଙ୍ଗେ ଏ ସଙ୍ଗୀତର ପ୍ରତ୍ୟେକ ଛନ୍ଦକୁ ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରି ଛାତ୍ରୀଛାତ୍ର ମାନଙ୍କର ହୃଦୟରେ ଏକତା ଜାଗ୍ରତ କରିଥିଲେ । ଶିକ୍ଷା ଅଧ୍ୟାପକ ଡଃ. ସତ୍ୟରଞ୍ଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ଦୁଃଶ୍ୟାମ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । +୨ ଦିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୁଚିସୂତା ବଳିଆଗସିଂ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଏକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତାହା ବହୁତ ଚିତ୍ତକର୍ଷ ଥିଲା ।ଏହି ଅବସରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣ ଶିକ୍ଷାକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଅଶଂ ଗ୍ରହଣ କରିଥିଲେ ।