୧୫ ବର୍ଷୀୟା ନାବାଳିକା ଗର୍ଭବତୀ: ଶାରୀରିକ ସମ୍ପର୍କ ପରେ…

କ.ନୂଆଗାଁ, ୧୩ା୮(କାଳି ପ୍ରସାଦ ତ୍ରିପାଠୀ):କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସହ ୧ ମାସର ଗର୍ଭବତୀ ପରେ ପ୍ରତାରଣା କରି ଥିବାରୁ ମଙ୍ଗଳବାର ଯୁବକଙ୍କୁ ଜେଲ ପଠାଯାଇଛି। ସୂଚନା ଅନୁସାରେ. ଜି.ଉଦୟଗିରି ଥାନା ଅନ୍ତର୍ଗତ କିରାମାହା ଗ୍ରାମର ପ୍ରରାଗ ଓରଫ ପିଙ୍କୁ (୧୯) ଉକ୍ତ ନାବାଳିକା ଝିଅକୁ ସେଠାରେ ଦେଖି ପ୍ରେମ ଜାଲରେ ଫସାଇ ବିବାହ କରିବି କହି ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ପରେ ମନା କରିଥିବାରୁ ଝିଅ ଘର ପରିବାର ପକ୍ଷରୁ କ.ନୂଆଗାଁ ପୋଲିସକୁ ଗୁହାରି କରିଥିଲେ। ଥାନା ଓଆଇସି ଦମୟନ୍ତୀ ବେହେରା ତଦନ୍ତ ଭାର ଗ୍ରହଣ କରି ଏ ସକ୍ରାନ୍ତରେ ଧାରା ୬୪ (୨) (ଏମ)/୬୫(୧) ବିଏନ୍‌ଏସ୍‌। ଆରଡବ୍ଲୁଏସ ୬ ପୋକ୍ସ ଆକଟରେ ଥାନା କେଶ୍‌ ନଂ ୧୨୮/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପିଙ୍କୁଙ୍କୁ କିରାମାହା ଗ୍ରାମରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ପ୍ରକାଶ କରିଛନ୍ତି।