ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ କୁମରଡା ଗ୍ରାମରେ ମାଗଣା ଚକ୍ଷୁପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ସମରଝୋଳସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଶିବିରକୁ ଗ୍ରାମର ସାମାଜିକକର୍ମୀ ରବିନ୍ଦ୍ର ପ୍ରଧାନ ଓ ଅଜ୍ଞାନ ପ୍ରଧାନ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଶିବିରରେ ୫୧ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷଣ ହୋଇଥିବା ବେଳେ ସେଥିରୁ ୭ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସେହିପରି ୧୫ ଜଣଙ୍କ ଚକ୍ଷୁରେ ପରଳବା ମୋତିଆବିନ୍ଦୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଚିକିତ୍ସାଳୟ ନିଆଯାଇଥିବା ଜଣାପଡିଛି। ଏଥିସହ ଶିବିରରେ ୬ ଜଣଙ୍କ ରେଟିନା ପରୀକ୍ଷା କରାଯାଇଥିଲା । ଶିବିର ପରିଚାଳକ ନଳିନୀକାନ୍ତ ରାଉତ, କର୍ମକର୍ତ୍ତା ଭାଗ୍ୟଶ୍ରୀ ପରିଡା, ଦୀପିକା ରାଉତ, ସୋନାଲି ସ୍ବାଇଁ , ଶୁଭଶ୍ରୀ ପଣ୍ଡା, ଝରଣା ସେଠୀ ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।