ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲା ଗାଇସିଲେଟର ଉମେଶ ସାହୁ(୨୪), ବଲାଙ୍ଗୀର ବରପାଲିପଡାର ଅମ୍ୱିଦ ନାଏକ(୨୩) ଏବଂ ଆଶିଷ ବର୍ଗେ(୨୩)।
ମିଳିଥିବା ସୂଚନା ମୁତାବକ, ରବିବାର ଭୋର ୫ଟାରେ ରାମପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୃତ୍ରରୁ ଖବର ପାଇଁ ରାମପୁର-ବିନିକା ରାସ୍ତାର ମହିଳା ମହାବିଦ୍ୟାଳୟ ନିକଟରେ ଭୁବନେଶ୍ୱରରୁ ଡୁଙ୍ଗୁରିପାଲି ଆସୁଥିବା ଏକ ଘରୋଇ ନାଇଟ କୋଚ୍ ବସ୍କୁ ପୋଲିସ ସନ୍ଦେହ କରି ଅଟକାଇ ଥିଲା।
ପୋଲିସ ଯାଞ୍ଚ ବେଳେ ବସ୍ରୁ ବିପୁଳ ପରିମାଣର କଫସିରଫ ଜବତ କରିଥିଲା। ଏପରିକି ଘଟଣାରେ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ରାମପୁର ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ରୋହିତ ବାଗଙ୍କ ଉପସ୍ଥିତରେ ପେଟି ଭିତରେ ଥିବା କଫସିରଫ ଗଣତି କରାଯାଇଥିଲା। ଏଥିରେ ୧୫ଶହ ବୋତଲ କଫସିରଫ ଜବତ କରାଯାଇଥିଲା।
ଏନେଇ ପୋଲିସ ଏକ ମାମଲା(ନଂ.୮୪/୨୦୨୬) ରୁଜୁ କରି ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଡୋଳାମଣି ନାଏକ କହିଛନ୍ତି।