ଖୋର୍ଦ୍ଧା,୨୬।୪: ଖୋର୍ଦ୍ଧା ଟାଙ୍ଗୀ ଥାନା ବିନ୍ଧାଣିଆ ଗାଁରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୫ ପରିବାରର ୧୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ ବାସହରା ହୋଇପଡିଛନ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଅନ୍ୟପକ୍ଷେ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।