୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଏକ ସମୟରେ ୫୮ ରନ ପାଇଁ ୫ ଉଇକେଟ ହରାଇଥିଲା। ସମସ୍ତ କ୍ୟାଚ ଜୋସ ବଟଲର୍‌ ଧରିଥିଲେ। ୧୪୪ ବର୍ଷର ଟେଷ୍ଟ ଇତିହାସରେ ଦ୍ୱିତୀୟ ଥର ପାଇଁ ଏହି କୀର୍ତ୍ତିମାନ ଘଟିଥିଲା। ଦଳର ପ୍ରଥମ ୫ କ୍ୟାଚ କିମ୍ବା ଷ୍ଟମ୍ପିଂରେ କେବଳ ଜଣେ ଫିଲ୍ଡର ସାମିଲ ଥିଲେ । ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନ ସ୍କୋର କରିପାରିଥିଲା। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।
ଜୋସ ବଟଲରଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ରାଡ ହାଡିନ ୨୦୧୪ରେ କରିଥିଲେ। ବ୍ରିସବେନରେ ଚାଲିଥିବା ଟେଷ୍ଟର ପ୍ରଥମ ଇନିଂସରେ ହାଡିନ ଭାରତର ଶ୍ରେଷ୍ଠ ୫ ବ୍ୟାଟ୍ସମ୍ୟାନଙ୍କ କ୍ୟାଚ ନେଇଥିଲେ। ସେ ଇନିଂସରେ ମୋଟ ୫ଟି ଶିକାର କରିଥିଲେ। ଅଷ୍ଟ୍ରେଲିଆ ଏହି ଟେଷ୍ଟ ୪ ଉଇକେଟରେ ଜିତିଥିଲା। ଦ୍ୱିତୀୟ ଇନିଂସରେ ହାଡିନ ୩ ଉଇକେଟ ଶିକାର କରିଥିଲେ।