ରାସ୍ତାରେ ପଡ଼ିଲା ୧୩୨ କେଭି ବିଦ୍ୟୁତ୍‌ତାର, ଅଟକିଲା ଶହଶହ ଗାଡ଼ିମୋଟର

ମୋହନା,୧୬ା୧୦(ମନ୍ମଥ ମିଶ୍ର): ରାଜପଥରେ ୧୩୨ କେଭି ବିଦ୍ୟୁତ୍‌ତାର ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ରାୟଗଡ଼ା, ମାଲକାନଗିରି କୋରାପୁଟକୁ ଯାତାୟାତ ବନ୍ଦ ହୋଇପଡ଼ିଛି।

ସୂଚନାନୁଯାୟୀ, ବିଦ୍ୟୁତ୍‌ ବିଭାଗର ବାର୍ଷିକ ମେଣ୍ଟେନାନ୍ସ ଚାଲିଥିବାବେଳେ ବିରାଟ ଗଛକୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ କାଟିବା ବେଳେ ୧୩୨ କେଭି ତାର ଉପରେ ପଡ଼ିଯାଇଥିଲା। ଯାହା ଫଳରେ ରାସ୍ତା ଉପରେ ଦୁଇଟି ତାର ପଡ଼ି ରହିଥିବା ହେତୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇରହିଛି। ଜାତୀୟ ରାଜପଥ ହୋଇଥିବାରୁ ସହ ସହ ଗାଡ଼ି ଅଟକି ରହିଛି।

ଅନ୍ୟପଟେ ଗଛ ପଡ଼ିବା ପରେ ବିଦ୍ୟୁତ୍‌ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନାହାନ୍ତି। କର୍ମଚାରୀଙ୍କୁ ଏତେ ବିରାଟକାୟ ଗଛ କାଟିବାକୁ ଅନୁମତି ଦେଲା କିଏ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି।

Dharitri – Odisha’s No.1 Odia Daily