୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ

ଭୁବନେଶ୍ୱର,୧୯।୯: ଭୁବନେଶ୍ୱରରେ ସବୁଠୁ ପ୍ରତୀକ୍ଷିତ ଓ ଲୋକପ୍ରିୟ ୧୨ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଜନତା ମୈଦାନରେ ଉଦଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରିୟଦର୍ଶୀ ମିଶ୍ର ପୂର୍ବତନ ବିଧାୟକ, ସମ୍ମାନିତ ଅତିଥି ମେଜର କଳ୍ପନା ଦାଶ ପୂର୍ବତନ ସମ୍ପାଦିକା ରେଡକ୍ରସ, ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ dist – governer ରୋଟାରୀ କ୍ଲବ, ଶ୍ରୀଯୁକ୍ତ ପ୍ରକାଶ ଶ୍ରୀଚନ୍ଦନ ସଭାପତି ଓଡ଼ିଶା ପାଇକ ଆଖଡ଼ା ମହାସଂଘ, ଶ୍ରୀମତୀ ଚିଦାତ୍ମିକା ଖଟୁଆ ପରିଚାଳନା ନିର୍ଦ୍ଦେଶିକା, ସୁଶୃ ହସ୍ପିଟାଲ, ଶ୍ରୀଯୁକ୍ତ ସରୋଜ ମଲ୍ଲିକ ଓ ରଶ୍ମିରଞ୍ଜନ କାନୁନଗୋ କାର୍ଯ୍ୟ – କାରିଣୀ ସଦସ୍ୟ, ଭାରତୀୟ ଜନତା ପାର୍ଟି, gupta event management ର ନିର୍ଦ୍ଦେଶିକା ଶ୍ରୀମତୀ ପାୟଲ ଆଚାର୍ଯ୍ୟ ଗୁପ୍ତା, ପରିଚାଳନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଜିତ ଗୁପ୍ତା, ସହ-ନିର୍ଦ୍ଦେଶକ ବିର ବାହାଦୁର ସିଂ, ଦୀପକ ମହାନ୍ତି ଓ ମୁଖ୍ୟ ସଂଯୋଜକ ରଞ୍ଜିତ କର୍ମୀ, ଏବଂ ସମସ୍ତ କର୍ମକର୍ତ୍ତା ଓ ସହଯୋଗୀ (gem)ଉପସ୍ଥିତ ଥିଲେ।

ଏଥର ପୂଜା ବଜାରକୁ ଆଖି ଆଗରେ ରଖି, ବିଶେଷ କରି ଏହି ବାଣିଜ୍ୟ ମେଳାରେ ଉପଲବ୍ଧ ସାମଗ୍ରୀଗୁହିକର ଚାହିଦାକୁ ଦେଖି Gupta Event Management ଏଥର ପୂଜା ବଜାରକୁ ସୁସଜ୍ଜିତ କରିବାକୁ ପ୍ରଚେଷ୍ଟା କରିଛନ୍ତି। ଏହି ମେଳା ୧୯ ସେପ୍ଟମ୍ବରରୁ ୨୯ ସେପ୍ଟମ୍ବର ୨୦୨୫ ପର୍ଯ୍ୟନ୍ତ, ପ୍ରତିଦିନ ଅପରାହ୍ନ ୨:୩୦ରୁ ରାତି୧୦:୦୦ ପର୍ଯ୍ୟନ୍ତ ଚାଲିବ ବୋଲି ସୁଜିତ ଗୁପ୍ତା ସୂଚନା ଦେଇଛନ୍ତି।