ରାୟପୁର,୩ା୧୨: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନ୍କାଉଣ୍ଟରରେ ୧୨ ମାଓବାଦୀ ଟଳି ପଡ଼ିଥିବାବେଳେ ୩ ଡିଆର୍ଜି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି। ଦୁଇ ଯବାନ ଗୁରୁତର ଅଛନ୍ତି। ତେବେ ଘଟଣାସ୍ଥଳରୁ ଏସ୍ଏଲ୍ଆର ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି।
ପୋଲିସ ମହାନିରୀକ୍ଷକ (ବସ୍ତର ରେଞ୍ଜ) ସୁନ୍ଦରରାଜ ପଟ୍ଟିଲିଙ୍ଗମ କହିଛନ୍ତି, ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ମାଓବାଦୀ ବିରୋଧୀ ଅଭିଯାନରେ ବାହାରିବା ସମୟରେ ବିଜାପୁର-ଦାନ୍ତେୱାଡା ଜିଲାର ସୀମାନ୍ତବର୍ତ୍ତୀ ଏକ ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା।
ଦାନ୍ତେୱାଡା ଏବଂ ବିଜାପୁରର ଡିଆର୍ଜିର କର୍ମଚାରୀ ଏବଂ ରାଜ୍ୟ ପୋଲିସର ଉଭୟ ୟୁନିଟ୍ ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ କୋବ୍ରା (କମାଣ୍ଡୋ ବାଟାଲିୟନ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ – CRPFର ଏକ ଏଲିଟ୍ ୟୁନିଟ୍) ଏହି ଅପରେଶନରେ ସାମିଲ ଥିଲେ।