ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍ଆଇ ଲକ୍ଷ୍ମୀଧର ମହାନ୍ତି ଓ ପୋଲିସ ଟିମ୍ ରାତିରେ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଚକରା ବିଷୋୟୀ ଛକ ଏସ୍ବିଆଇ ଏଟିଏମ୍ ନିକଟରେ ଏକ ବିରାଟ ବୋଡ଼ା ସାପ ରାସ୍ତା ପାର ହେଉଥିବା ଦେଖିଥିଲେ। ଏହାପରେ ଲକ୍ଷ୍ମୀଧର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। କିଛି ସମୟ ମଧ୍ୟରେ ସ୍ନେକ ହେଲ୍ପଲାଇନର ସଦସ୍ୟ ସଞ୍ଜୟ ସ୍ବାଇଁ ଅନ୍ୟ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ଉକ୍ତ ବୋଡ଼ା ସାପଟିକୁ ଏକ ବସ୍ତାରେ ପୂରାଇ ନିକଟସ୍ଥ ସୋରାଦେବୀ ମନ୍ଦିର ନିକଟ ଜଙ୍ଗଲରେ ଛାଡ଼ିଥିଲେ। ଉଦ୍ଧାର ମାଈ ବୋଡ଼ା ସାପଟିର ଲମ୍ବ ପ୍ରାୟ ୧୨ ଫୁଟ ହୋଇଥିବା ବେଳେ ତାର ଓଜନ ୮୦କେଜିରୁ ଊଦ୍ଧର୍ବ ହେବ ବୋଲି ଜଣାପଡ଼ିଛି। ଏହି ଉଦ୍ଧାର କାର୍ଯ୍ୟରେ କନଷ୍ଟେବଳ ନମ ଗମାଙ୍ଗ,ଗାର୍ଡ ବସନ୍ତ କୁମାର ସାହୁ, ଭିକାରୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ରବିବାର ସନ୍ଧ୍ୟାରେ ଗାଈ ଫାର୍ମ ନିକଟରେ ଥିବା ଏକ ଟ୍ରକ ଏକ ବିରାଟ ନାଗ ସାପକୁ ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ସାଢ଼େ ୭ ଫୁଟ ଓ ଏହାର ଓଜନ ସାଢ଼େ ୪କେଜି ହେବ ବୋଲି ସାପ ଧରାଳି ସଞ୍ଜୟ ସ୍ବାଇଁ କହିଛନ୍ତି।