ଶୀତ ମହୋତ୍ସବ:ପ୍ରଥମ ଦିନରେ କଳାହାଣ୍ଡି କଟପ୍ପାଙ୍କ ପାରମ୍ପରିକ ନୃତ୍ୟ-ଶୋଭାଯାତ୍ରାରେ ଦର୍ଶକ ମୁଗ୍ଧ

ଦାରିଙ୍ଗବାଡି, ୮।୧ (ଅରୁଣ ସାହୁ ): ବହୁ ପ୍ରତିକ୍ଷିତ ଶୀତ ମହୋତ୍ସବ -୨୦୨୬ ଗୁରୁବାର ଉଦଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ ଏହାକୁ  ଶୁଭ ଉଦଘାଟନ କରିଥିଲେ ସେହିପରି ଅନ୍ୟତମ ଅତିଥିଭାବେ ମୁଖ୍ୟବକ୍ତା ତହସିଲଦାର ଧୀରଜ ପାତ୍ର,  ବାଲିଗୁଡା ଡେପୁଟି କଲେକ୍ଟର ସଂଜୀବ ରୁପାମାଝି, ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ,ବିଡ଼ିଓ ପ୍ରୀତିରଞ୍ଜନ ରଥ, ଅତିତିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ  ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରାରମ୍ଭ ରେ ଦେଶାତ୍ମକ ସଙ୍ଗୀତ ଗାନ କରାଯାଇଥିଲା। ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏହି ମହୋତ୍ସବ ରେ ଉପସ୍ଥିତ ଦର୍ଶକ, ପର୍ଯ୍ୟଟକଙ୍କୁ ସ୍ୱାଗତ ଜଣାଇବା ସହ ଏହାକୁ ସଫଳ କରାଇବାକୁ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରୁଥିଲେ ଏଥି ସହ ମହୋତ୍ସବ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ଓ ଶୋଭାନା ସଂଯୋଜନା କରିଥିଲେ। ଦାରିଙ୍ଗବାଡିରେ ଗତ ଗୋଟିଏ ଦଶନ୍ଧି ଧରି ଏହି ଉତ୍ସବ ପାଳନ ହୋଇ ଏବେ ମହୋତ୍ସବ ରେ ପରିଣତ ହୋଇଛି।  ଅଞ୍ଚଳରେ ଏହି ସମୟରେ ଶୀତ ପ୍ରବଳ ହେଉଥିବା ବେଳେ ଶୀତ କୁ ନେଇ ଶୀତ ଉତ୍ସବ ପାଳନ ହୋଇଆସୁଛି ଭାଇଚାରା ର ସହର ଦାରିଙ୍ଗବାଡି ରେ ପାରମ୍ପରିକ ଜନଜାତି ନୃତ୍ୟ ସହ ତାଙ୍କ ଚଳଣି, ଖାଦ୍ୟ, ପରିଧାନ, ପାରମ୍ପରିକ ଚାଷ ଅଞ୍ଚକକୁ ସ୍ୱତନ୍ତ୍ର ପରିଚୟ ଦେଇଛି ଆଉ ଏବେ ଶୀତ ମହୋତ୍ସବ ହେବା ଠାରୁ ଏହା ଆହୁରି ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ହୋଇପାରିଥିବା ଅତିଥିମାନେ କହିଥିଲେ ସେହିପରି ଦାରିଙ୍ଗବାଡି ରେ ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି କଫି ବଗିଚା ଦାରିଙ୍ଗବାଡି କୁ ପରିଚିତ ଦେଇଥିବା ବେଳେ ଏବେ ଶୀତ ମହୋତ୍ସବ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ ରହଣି ବ୍ୟବସ୍ଥା ତଥା ଇକୋ ରିଟ୍ରିଟ ମଧ୍ୟ ଏକ ସ୍ୱତନ୍ତ୍ର ସୃଷ୍ଟି କରୁଥିବା କୁହାଯାଇଛି। ଏହି ମହୋତ୍ସବ ର ପ୍ରଥମ ଦିନରେ ମଞ୍ଚରେ ଓଡିଶୀ ନୃତ୍ୟ ସମେତ ଚାଙ୍ଗୁ ବାଦ୍ୟ, ଦଣ୍ଡ ଚରିତ୍ର, ବୀଣାକାର ନୃତ୍ୟ, , ଜନଜାତିଙ୍କ ପାରମ୍ପରିକ ନୃତ୍ୟ,ଛାତ୍ରୀଛାତ୍ର ଙ୍କ ଦ୍ୱାରା ଦଳଗତ ନୃତ୍ୟ,କୋଲକାତା ନୁପୁର ଡ୍ୟାନ୍ସ, ପ୍ରଜ୍ଞାନ ଏବଂ ଶଙ୍କରଙ୍କ କମେଡି, ଖୋର୍ଦ୍ଧା ଜିଲ୍ଲା ଦୁର୍ଗା ପ୍ରସାଦ ବାରିକ ଓ ତାଙ୍କ ଦଳ ଙ୍କ ଦ୍ୱାରା ପାଇକ ଆଖଡ଼ା ଆଦି ଆକର୍ଷଣୀୟ ରହିଥିଲା। ଏହି ମହୋତ୍ସବ ପାଇଁ ପ୍ରାରମ୍ଭ ରୁ ଶିବ ମନ୍ଦିର ପ୍ରାଙ୍ଗଣ ରୁ ମଶାଲ ବାହାରିଥିଲା। ଏଥିରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ସାମିଲ ହୋଇଥିଲେ। ମୁଖ୍ୟ ଆକର୍ଷଣ କଳାହାଣ୍ଡି କଟପ୍ପା ପାରମ୍ପରିକ ଜନଜାତି ବାଦ୍ୟ, ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ,ପରିବେଶଣ କରି ଶୋଭାଯାତ୍ରା ରେ ମହୋତ୍ସବ ପଡିଆରେ ପହଞ୍ଚିଥିଲେ। ତାଙ୍କୁ ଦେଖିବାକୁ ଶହ ଶହ ଦର୍ଶକ ଭିଡ଼ ଜମାଇବା ସହ କଳାହାଣ୍ଡି କଟପ୍ପା  ନିକଟରେ ଙ୍କୁ ପାଇ ସେଲ୍ଫି ଉଠାଇ ଥିବା ଦେଖିବାକୁ ମିଳିଛି।

Dharitri – Odisha’s No.1 Odia Daily

Share