କର୍ଲାମୁଣ୍ଡା:୨୭।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅଭିଯାନ ‘ଉଲ୍ଲାସ’ କାର୍ଯ୍ୟକ୍ରମର ଏଫଏଲଏନ୍ଏଟି ଶିକ୍ଷାର୍ଥୀଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୋରପଦର ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଗାଧୁପୁରଠାରେ ନବ ସାକ୍ଷରଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା କେନ୍ଦ୍ରରେ ସମୁଦାୟ ୩୦ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ।
ଏଥିରେ ଅତିରିକ୍ତ ଶିକ୍ଷା ଅଧକାରୀ ତଥା ନୋଡାଲ ଅଧିକାରୀ ଗୋପମଣୀ ସାହୁ ଓ ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ ପରିଦର୍ଶନ କରି ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରି ସନ୍ତୋଷ ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ନିମନ୍ତେ କର୍ଲlମୁଣ୍ଡା ବ୍ଲକର ୫୬ଟି ବିଭିନ୍ନ ସରକାରୀ ବିଦ୍ୟାଳୟରେ ୧୧୩୩ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।