Categories: Home Leftଖେଳ

ଓଡ଼ିଶାକୁ ୧୧ ସ୍ବର୍ଣ୍ଣ ସହ ୧୩ ପଦକ

ଭୁବନେଶ୍ୱର, ୨୨।୮ (ତପନ ସ୍ବାଇଁ): ଓ୍ବାକୋ ଇଣ୍ଡିଆ ଜାତୀୟ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ କୋଲକାତାର ଖୁଦିରାମ ଅନୁଶୀଳନ କେନ୍ଦ୍ର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୧୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ହାସଲ କରିଛି। ଓଡ଼ିଶା ପ୍ରତିଯୋଗୀଙ୍କ ମଧ୍ୟରୁ ମାଲୋଥ ରାଜଶେଖର ପଏଣ୍ଟ ଫାଇଟ୍‌ ଓ ଲାଇଟ୍‌ କଣ୍ଟାକ୍ଟରେ ୨ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଅନିକେତ ଚୌରାସିଆ, ଚାନ୍ଦିନୀ ନାୟକ, ତୁଷାର ବେହେରା, ଶ୍ରେୟାଶ୍ରୀ ଦେ ପଏଣ୍ଟ ଫାଇଟ୍‌ରେ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ସେହିପରି ମହମ୍ମଦ ୟାଶ୍‌ ଖାଁ, ମହମ୍ମଦ ଦକ୍ଷ ଖାଁ ଫୁଲ୍‌ କଣ୍ଟାକ୍ଟରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ବାପି ଚାଟାର୍ଜୀ ଓ ଚୋଡ଼ଗଙ୍ଗ ଦେବ ରୋହିଦାସ ପଏଣ୍ଟ ଫାଇଟ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକ ୨୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୧୭ ପ୍ରତିଯୋଗୀ, ୪ ଅଫିସିଆଲ ଓ ଜଣେ ପ୍ରଶିକ୍ଷକ ସାମିଲ ଥିଲେ। ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଅନ୍ତର୍ଜାତୀୟ ଜଜ୍‌ ବିଭୂତି ଭୂଷଣ ବେହେରା, ଗଙ୍ଗାଧର ସାହୁ, ନାରାୟଣ ତମାଙ୍ଗ, ନିଖତ ବାନୁ ଓ ଅସିତ ସିଂ ଜଜ୍‌ ଦାୟିତ୍ୱ ତୁଲାଇଥିଲେ। ପ୍ରକାଶ ବେହେରା ଦଳର କୋଚ୍‌ ଏବଂ ମହମ୍ମଦ ସଲିମ ଖାଁ ଟିମ୍‌ ମ୍ୟାନେଜରଭାବେ କୋଲକାତା ଯାତ୍ରା କରିଥିଲେ। ଓଡ଼ିଶା କିକ୍‌ବକ୍ସିଂ ଆସୋସିଏଶନ ସଭାପତି ପ୍ରବୋଧ ତିର୍କୀ, ଉପସଭାପତି ଦୀନବନ୍ଧୁ ବେହେରା, ଅନିଲ ରାଉଳ, ପ୍ରଦୀପ ବଡ଼ଜେନା, ଗଙ୍ଗାଧର ସାହୁ ପ୍ରମୁଖ ପଦକ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।