କେସିଙ୍ଗା ବ୍ଲକରେ ୧୧ ପରୀକ୍ଷା କେନ୍ଦ୍ର: ମାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୦୭ ଜଣ ପରୀକ୍ଷାର୍ଥୀ

କେସିଙ୍ଗା,୧୯।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୦୭ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସମଗ୍ର କେସିଙ୍ଗା ବ୍ଳକ ର ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାପୀଠ ଠାରେ ୨୬୯ ଜଣ, ସରସତୀ ବିଦ୍ୟା ମନ୍ଦିରରେ ୨୩୬ ଜଣ, କନ୍ତେଶିର ଉଚ୍ଚ ବିଦ୍ୟାଳୟ ରେ ୧୫୩ ଜଣ, ଉତ୍କେଲା ଚାଚା ନେହେରୁ ଉଚ୍ଚ ବିଦ୍ୟାଳୟ ରେ ୧୪୨ ଜଣ, ଗାଈଗାଁ ଉଚ୍ଚ ବିଦ୍ୟାଳୟରେ ୧୩୫ ଜଣ, ପାଷ୍ଟିକୁଡ଼ି ଉଚ୍ଚ ବିଦ୍ୟାଳୟରେ ୧୭୩ ଜଣ,ସମଲେଶରୀ ଉଚ୍ଚ ବିଦ୍ୟାଳୟ କୁଣ୍ଡାବନ୍ଧରେ ୧୧୨ ଜଣ,କାଣ୍ଡଲ ଉଚ୍ଚ ବିଦ୍ୟାଳୟରେ ୧୯୯ ଜଣ, ଜନତା ଉଚ୍ଚ ବିଦ୍ୟାଳୟ କଶ୍ରୁପଡ଼ାରେ ୧୪୩ ଜଣ,ନୋଡାଲ ଉଚ୍ଚ ବିଦ୍ୟାଳୟ ତୁଣ୍ଡଲାରେ ୧୪୪ ଜଣ ଓ ବେଲଖଣ୍ଡି ଉଚ୍ଚ ବିଦ୍ୟାଳୟରେ ୧୦୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଗୁରୁବାର ଦେଉଥିବାରୁ ଧରିତ୍ରୀ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

 

Dharitri – Odisha’s No.1 Odia Daily

 

Share