Categories: Home Leftଖେଳ

୨୦୨୧ ଆଇପିଏଲ ଅକ୍‌ଶନରେ ଭାଗନେବେ ୧୦୯୭ ଖେଳାଳି

ଚେନ୍ନାଇ, ୫ା୨- ଚଳିତ ମାସ ୧୮ ତାରିଖରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟାରେ ଭାଗନେବା ପାଇଁ ମୋଟ ୧୦୯୭ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି। ଏଥିରେ ରହିଛନ୍ତି ୮୧୪ ଭାରତୀୟ ଓ ୨୮୩ ବିଦେଶୀ ଖେଳାଳି।

ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ୨୧ ଜଣ ଭାରତୀୟ ଓ ୧୮୬ ବିଦେଶୀ ଖେଳାଳି ଅକ୍‌ଶନର ସମ୍ମୁଖୀନ ହେବେ। ୨୮୩ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜରୁ ସର୍ବାଧିକ ୫୬ ଓ ଅଷ୍ଟ୍ରେଲିଆରୁ ୪୨ ଜଣ ରହିଛନ୍ତି। ସେହିଭଳି ଦକ୍ଷିଣ ଆଫ୍ରିକାରୁ ୩୮, ଶ୍ରୀଲଙ୍କାରୁ ୩୧, ନ୍ୟୁଜିଲାଣ୍ଡରୁ ୨୯, ଇଂଲଣ୍ଡରୁ ୨୧ ଜଣ ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟା ପାଇଁ ପଞ୍ଜିକୃତ କରାଯାଇଛି। ଉଲ୍ଲେଖଥାଉ କି, ଏହି ଅକ୍‌ଶନରେ ସର୍ବାଧିକ ୬୧ ଜଣ ଖେଳାଳି ନିଲାମ ହୋଇପାରନ୍ତି। ଏଥିରୁ ବିଦେଶୀ ଖେଳାଳିଙ୍କ ପାଇଁ ୨୨ଟି ସ୍ଲଟ ଫାଙ୍କା ପଡ଼ିଛି।