୧୦୪ ବୋତଲ କଫ ସିରପ ଜବତ: ତିନି ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ

ବଲାଙ୍ଗୀର,୨୩।୮:(ସୁନିଲ ମହାନ୍ତି): ବଲାଙ୍ଗୀର ସହର ତାଲପାଲି ପଡାରେ ଅବକାରୀ ବିଭାଗ ପକ୍ଷରୁ ଶନିବାର ନିଶା ବେପାରୀଙ୍କ ଆଡ୍ଡା ସ୍ଥଳୀରେ ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ କଫ ସିରଫ ସହିତ ତିନି ଅଭିଯୁକ୍ତଙ୍କୁ ବେଆଇନ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଥିଲା । କପ ସିରପ ବିକ୍ରି କରୁଥିବା ଅଭିଯୋଗରେ ଅଜୟ ଭଞ୍ଜ (୪୨), ପ୍ରକାଶ ତାଣ୍ଡ,(୨୨) ବୃନ୍ଦାବନ ଜେନା (୨୦)ଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ତାଲପାଲି ପଡାରେ କପ ଶିରପ ବିକ୍ରି କରୁଥିବା ସୂଚନା ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇଥିଲା। ଅତିରିକ୍ତ ଅଧିକ୍ଷକ ହରିହର ଧଳଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୦୪ କପ ସିରପ ବୋତଲ ଜବତ କରାଯାଥିବାବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛ। ନିଶା କାରବାର କରୁଥିବା କପ ସିରପ ବେପାରୀଙ୍କ ଉପରେ ଚଢ଼ାଉ ଜାରି ରହିବ ବୋଲି ଅତିିରିକ୍ତ ଅଧିକ୍ଷକ ହରିହର ଧଳ କହିଛନ୍ତି। ବଲାଙ୍ଗୀର ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଜିଲାରେ କପ ସିରପ ବେପାରୀଙ୍କ ସଙ୍ଖ୍ୟା ଦିନକୁ ଦିନ ବଢୁଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି । କପ ସିରପ ବେପାରୀଙ୍କୁ ଧରିବା ପାଇଁ ଅବକାରୀ ଇନ୍ସପେକ୍ଟର ସରୋଜ କୁମାର ପରିଡ଼ା , ଜୟଦେବ ପ୍ରଧାନ, ବନି ସୁନା, ମଞ୍ଜୁ ପ୍ରତିମା ଏକା, ମାନସ ମୁଣ୍ଡା, ଆର୍‌ କେ ସେଠ, ଭେଙ୍କଟ ରମଣ, ମଧୁ ସୁଦନ ସେଫା ଓ ଅବକାରୀ ବିଭାଗର ଅନ୍ୟ କର୍ମଚାରୀ ମାନେ ଏହି ଚଢ଼ାଉରେ ସାମିଲ ଥିଲେ ।

Share