ବ୍ରାହ୍ମଣୀଗାଁ,୨୬।୯( ମନୋରଞ୍ଜନ ରଣା ): ଚଳିତ ବର୍ଷ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘସ୍ର ୧୦୦ ବର୍ଷ ପୂର୍ତ୍ତି ଅବସର ଭାରତର କୋଣ ଅନୁକୋଣରେ ଖୁବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ବ୍ରାହ୍ମଣୀଗାଁରେ ମଧ୍ୟ ସଂଘ ପକ୍ଷରୁ ପାଳନ କରାଯାଇଛି । ସକାଳେ ଶାଖା ପଡିଆ ଠାରୁ ପଥ ସଞ୍ଚାଳନ ଆରମ୍ଭ କରି ନଗର ପରିକ୍ରମା କରାଯାଇଥିଲା । ମଧ୍ୟାହ୍ନରେ ଶାରୀରିକ କାର୍ଯ୍ୟକ୍ରମ ହୋଇଥିଲା। ଦାରିଙ୍ଗବାଡି ଖଣ୍ଡ ବ୍ରାହ୍ମଣିଗାଁ ମଣ୍ଡଳମୁଖ୍ୟ ବକ୍ତା ଶାନ୍ତନୁ କୁମାର ମାଝୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର (ଓଡିଶା ପୂର୍ବ) ପ୍ରାନ୍ତ ସେବା ପ୍ରମୁଖ, ନରେଶ ମହାନ୍ତି ସହ-ଜିଲା କାର୍ଯ୍ୟବାହ, ମୋହନ ପ୍ରଧାନ ଖଣ୍ଡ କାର୍ଯ୍ୟବାହ ଦାରିଙ୍ଗବାଡି ଏବଂ ୮ ଗୋଟି ପଞ୍ଚାୟତର ମାନ୍ୟଗନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।