ବୁଗୁଡା ବ୍ଲକରେ ତାଲିମ ନେବେ ୧୦ ପ୍ରଶିକ୍ଷାର୍ଥୀ ଓଏଏସ୍‌ ଅଫିସର

ବୁଗୁଡା,୨୬ା୮(କାଳିଚରଣ ଦାଶ)- ଗଞ୍ଜାମ ଜିଲାପାଳଙ୍କ ପତ୍ର ଅନୁସାରେ ଗଞ୍ଜାମ ଜିଲାର ୮ଟି ବ୍ଲକର ୧୬ଟି ପଞ୍ଚାୟତରେ ୧୬ଟି ଗ୍ରୁପରେ ୮୦ ଜଣ ଓଡିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ପ୍ରଶିକ୍ଷାର୍ଥୀ ଭାବେ ୭ ଦିନ ପାଇଁ ସରକାରୀ ଯୋଜନା ଗ୍ରାମାଞ୍ଚଳରେ କିପରି କାର୍ଯ୍ୟକାରୀ ହେଉଛି ସେନେଇ କ୍ଷେତ୍ରାଞ୍ଚଳ ବୁଲି ତାଲିମ ଗ୍ରହଣ କରିବେ। ଏହି ପତ୍ର ଅନୁଯାୟୀ ବୁଗୁଡା ବ୍ଳକକୁ ୧୦ ଜଣ ଓଏଏସ ଅଫିସର ପ୍ରଶିକ୍ଷାର୍ଥୀ ଭାବେ ଆସିଛନ୍ତି। ସେମାନଙ୍କୁ ବୁଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା କାର୍ଯ୍ୟକ୍ରମ ହୋଇଥିଲା। ବୁଗୁଡା ବ୍ଳକର ପାଙ୍ଗିଡି ଓ ତାକରଡା ପଞ୍ଚାୟତରେ ଦୁଇଟି ଗ୍ରୁପରେ ଏହି ୧୦ ଜଣ ଓଏଏସ ଅଫିସର ୭ ଦିନ ପାଇଁ ତାଲିମ ଗ୍ରହଣ କରିବେ। ପାଙ୍ଗିଡି ପଞ୍ଚାୟତରେ ସପ୍ତମ ଗ୍ରୁପରେ ନିବେଦିତା ରାଉତ, ଦୀପ୍ତିରେଖା ବାଗ, ଦୀପ୍ତି ରଞ୍ଜନ ସାହୁ, ସରୋଜ ବେହେରା ଓ ଭବାନୀ ଶଙ୍କର ମହନ୍ତ ପହଞ୍ଚତ୍ବା ପରେ ସେମାନଙ୍କୁ ସରପଞ୍ଚ ଭାଗ୍ୟଲତା ବିଷୋୟୀ ସ୍ବାଗତ କରିଥିଲେ। ସେହିପରି ତାକରଡା ପଞ୍ଚାୟତରେ ଅଷ୍ଟମ ଗ୍ରୁପରେ ଅଭିଷେକ ସ୍ବାଇଁ, ସତ୍ୟ ପ୍ରକାଶ ମିଶ୍ର, ରାଜେଶ ସାହୁ, ମିତାଲି ମଧୁସ୍ମିତା ମିଶ୍ର ଓ ସିଦ୍ଧାର୍ଥ ଶେଖର ଦାସ ପହଞ୍ଚତ୍ବା ପରେ ସେମାନଙ୍କୁ ସରପଞ୍ଚ ଦିଲ୍ଲୀପ ପ୍ରଧାନ ସ୍ବାଗତ ଜଣାଇଥିଲେ। ବିଡ଼ିଓ ପାତ୍ରଙ୍କ ତତ୍ତ୍ୱାବଧାନରେ ପାଙ୍ଗିଡି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସେଠୀ, ପିଇଓ ପ୍ରଫୁଲ ପ୍ରଧାନ ଓ ଏଡିଇଓ ଜ୍ୟୋର୍ତିମୟୀ ସ୍ବାଇଁ ଏବଂ ତାକରଡା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ, ପିଇଓ ସୁବ୍ରତ ଗଡନାୟକ ଓ ଜିଆରଏସ୍‌ ଶଙ୍କର ମଲ୍ଲିକ ନୋଡାଲ ଅଫିସର ଭାବେ ପ୍ରଶିକ୍ଷାର୍ଥୀ ଓଏଏସ ଅଫିସରମାନଙ୍କୁ ସହଯୋଗ କରିଥିଲେ।

Share