କୁକୁର କାମୁଡାରେ ୨ ଦିନରେ ୧୦ ଆହତ: ଉତ୍ତ୍ୟକ୍ତ ହୋଇ କୁକୁରକୁ ପିଟିପିଟି ମାରିଦେଲେ ଲୋକେ

ପାଟଣା,୩୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ବୁଲା କୁକୁର କାବୁଲି ବେହେରାଙ୍କ ପୁଅ ପ୍ରୀତି ରାଜ ବେହେରା(୯) ଡିମିରି ଡିହାର ପଙ୍କଜ ବେହେରାଙ୍କୁ ଗୋଡାଇ ଗୋଡେଇ କାମୁଡି ଥିଲା। ଆହୁରି ୮ଜଣଙ୍କୁ କୁକୁର ଗୋଡେଇ ଗୋଡେଇ କାମୁଡ଼ିଥିଲା। କୁକୁର ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଗଦାଧରପୁରର ରଙ୍ଗା ଧର ଦାସ, କେନ୍ଦ୍ରାପଡ଼ାର ତୃପ୍ତି ରଞ୍ଜନ ଆଚାର୍ଯ୍ୟ, ଜାମୁଳେଇ ବେଡ଼ାର ମିଟୁ ନାଏକ, ଭୁବନେଶ୍ୱରର ଅର୍ଚ୍ଚିତା ମହାପାତ୍ର, ଆନନ୍ଦପୁର ରଞ୍ଜିତା ମହାନ୍ତ, କେନ୍ଦେଇ ପୋଷିର କୈଳାଶ ନାଏକ, ପାଟଣାର ଇସାନ ନଜରୁଲା ଓ ସାଲମ ଅଂସାରି। ଗୁରୁବାର ଆହୁରି ୮ଜଣଙ୍କୁ ଗୋଡାଇ ଗୋଡାଇ କାମୁଡିଥିଲା କୁକୁର । ଲୋକେ ଉତ୍ତ୍ୟକ୍ତ ହୋଇ ଗୁରୁବାର ଅପରାହ୍ନରେ ସଂଘ ବଦ୍ଧ ଭାବେ କୁକୁରକୁ ପିଟିପିଟି ମାରି ଦେଇଛନ୍ତି।

 

Dharitri – The Largest & Most Trusted Odia Daily

\