ହଠାତ୍‌ ଛିଡିଲା ୧୦ ବିଦ୍ୟୁତ୍‌ ପୋଲର ତାର : ଅଟକି ରହିଛି…

ନନ୍ଦପୁର,୨୦।୬ (ତୁଷାର କାନ୍ତ ମହାନ୍ତି ): ବିଦ୍ୟୁତ୍‌ ଚାଳିତ କୋତାବାଲସା-କିରାଣ୍ଡୁଳ ସଞ୍ଜୋଗୀ କେକେ ରେଳପଥରେ ଶୁକ୍ରବାର ବିଶାଖାପାଟଣା-କିରାଣ୍ଡୁଳ ପାସେଞ୍ଜର ଟ୍ରେନ (୫୮୫୩୮) ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଭେଜା ଷ୍ଟେଶନରୁ ବାହାରି ମାତ୍ର ୨ କିମି ଦୂର ଥୁବା ଗ୍ରାମ ପାରକରିବା ବେଳେ ରେଳପଥ ବିୁଦ୍ୟୁତ୍‌ ତାର ସଂଯୁକ୍ତ ପ୍ଲେଣ୍ଟରଟି ତଳେ ପଡ଼ି ଯାଇଥିଲା। ଫଳରେ ୧୦ଟି ବଦ୍ୟୁତ୍‌ ପୋଲର ତାରଛିଡ଼ି ତଳେ ପଡିଯାଇଥିଲା। ବିଦ୍ୟୁତ୍‌ ଚାଳିତ ଟ୍ରେନ ଟି ବିଦ୍ୟୁତ୍‌ ସଂଯୋଗ ହରାଇ ହଠାତ ଅଟକି ରହିଥିଲା। ମାତ୍ର ରେଳ ବିଭାଗ ସମେତ ପାସେଞ୍ଜର ଟ୍ରେନର ଯାତ୍ରୀଙ୍କ ସୌଭାଗ୍ୟ ବିଦ୍ୟୁତ୍‌ ତାର ରେଳ ସମେତ ରେଳ ପଥର ସଂସ୍ପର୍ଶରେ ଆସି ନ ଥିଲା। ଖବର ଲେଖା ସୁଧା ପାସେଞ୍ଜାର ଟ୍ରେନ ଟି ଥୁବା ନିକଟରେ ଅଟକି ରହିଛି। ଟ୍ରେନରେ ଥିବା ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଅନ୍ୟ ବ୍ୟବସ୍ଥାକରି ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଦେଖିବାକୁ ମିଳିଛି। ଭେଜା, ପାଡୁଆ, ମାଛକୁଣ୍ଡ, କୋରାପୁଟ ଷ୍ଟେସନରୁ ଆସିଥିବା ରେଳ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ଉପସ୍ଥିତ ରହି ମରାମତି ବ୍ୟବସ୍ଥା କରୁଛନ୍ତି। ଅନ୍ୟପଟେ ଦିନ ୧୨ ଘଟିକା ଠାରୁ ଅଟକି ଥିବା ଟ୍ରେନର ଯାତ୍ରୀଙ୍କ ଅବସ୍ଥା ଖରାପ ହୋଇଛି। ରେଳ ବିଭାଗ ତରଫରୁ ତାର ଯୋଡି ମରାମତି କରିବା ପରେ ରେଳ କିରାଣ୍ଡୁଳ ଅଭିମୁଖେ ଯିବ। ରେଳପଥରେ ଅନ୍ୟ ରେଳ ଚଳାଚଳ କରିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।