ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏର ମେଗା ଘୋଷଣା: ୧ କୋଟି ସରକାରୀ ଚାକିରି, ୧ କୋଟି ଲଖପତି ଦିଦି

ପାଟନା,୩୧ା୧୦: ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣର ଏକ ସପ୍ତାହ ପୂର୍ବରୁ ନ୍ୟାଶନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସ୍ (ଏନ୍‌ଡିଏ) ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ପ୍ରବାସୀ ଶ୍ରମିକଙ୍କ ବିଶାଳ ସଂଖ୍ୟା ପାଇଁ ପରିଚିତ ରାଜ୍ୟରେ ଏନ୍‌ଡିଏ ୧ କୋଟି ସରକାରୀ ଚାକିରି ଦେବାର ମେଗା ପ୍ରତିଶ୍ରୁତି ଦେଇଛି।

ମହିଳା ସଶକ୍ତିକରଣ ପାଇଁ ଆଉ ଏକ ବଡ଼ ଘୋଷଣା – ୧ କୋଟି ‘ଲଖପତି ଦିଦି’ ଗଢ଼ିବେ, ଯାହାଫଳରେ ମହିଳାମାନେ ବାର୍ଷିକ ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ରୋଜଗାର ସୃଷ୍ଟିକୁ ପ୍ରାଧାନ୍ୟ ଦେଇ ଏନ୍‌ଡିଏ ପୁନର୍ବାର ନିର୍ବାଚିତ ହେଲେ କୌଶଳ ଆଧାରିତ ରୋଜଗାର ପାଇଁ ରାଜ୍ୟବ୍ୟାପୀ କୌଶଳ ସେନ୍ସସ୍ କରିବେ ଏବଂ ପ୍ରତ୍ୟେକ ଜିଲାରେ ମେଗା ଲର୍ଣ୍ଣିଂ ସେଣ୍ଟର୍ ସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଛି।

Share