୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌ କମ୍ପାନୀ କହିଛି। ସହରର ଉତ୍ତର ଭାଗର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଦ୍ୟୁତ୍‌ କମ୍ପାନୀର ସହରରେ ଥିବା ଏକ-ତୃତୀୟାଂଶ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। ପିଜି ଆଣ୍ଡ ଇ ସବ୍‌ଷ୍ଟେଶନରେ ଅଗ୍ନିକାଣ୍ଡ ଯୋଗୁ କେତେକ ଭାଗରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ଅନ୍ୟ ଅଞ୍ଚଳରେ ବିଜୁଳି ବିଭ୍ରାଟର କାରଣ ଜଣାପଡ଼ିନାହିଁ।

 

Dharitri – Odisha’s No.1 Odia Daily