ଭିନ୍ନକ୍ଷମ ଯୁବତୀ ୬ ମାସର ଗର୍ଭବତୀ

କୁଆଁରମୁଣ୍ଡା,୨୪ା୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ଗାଈ ଚରାଳି ଭିନ୍ନକ୍ଷମ ୧୯ ବର୍ଷୀୟା ଯୁବତୀ ୬ ମାସର ଗର୍ଭବତୀ ହେବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରାମଚନ୍ଦ୍ର ରାଉତ(୫୫)। ଏନେଇ ବୀରମିତ୍ରପୁର ପୋଲିସ ଏକ ମାମଲା ନଂ.୭୮ /୨୬ ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗାଈ ଚରାଳୀ ରାମଚନ୍ଦ୍ର ଜଙ୍ଗଲରେ ଛେଳି ଚରାଇବା ବେଳେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଫଳରେ ଯୁବତୀ ଜଣଙ୍କ ଏବେ ୬ ମାସର ଗର୍ଭବତୀ ହେବା ଜାଣି ପରିବାର ଲୋକେ ବୀରମିତ୍ରପୁର ଥାନାରେ ସୋମବାର ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମଙ୍ଗଳବାର ଉଭୟଙ୍କ ଡାକ୍ତରୀ ମାଇନା କରିଥିବା ଜଣାପଡିଛି।

Share