ଦେବଗଡ଼,୧୭।୭(ଶଶାଙ୍କ ଶେଖର ଝାଙ୍କର): ବାଲେଶ୍ୱର ଫକୀର ମୋହନ ସ୍ବବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି । ଦେବଗଡ ଜିଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ସ୍ବତଃପ୍ରବୃତ ଭାବେ ବନ୍ଦ ରହିଥିବା ବେଳେ କଂଗ୍ରେସ ନେତା ଓ କର୍ମୀ ପିକେଟିଂ କରୁଛନ୍ତି । ରାସ୍ତା ଉପରେ ହଜାର ହଜାର ଗାଡି ଅଟକି ରହିଛି । ଗୁରୁବାର ସକାଳ ୬ ରୁ ସା୬ ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ପାଳନ କରାଯିବ । ସମସ୍ତ ସ୍କୁଲ, କଲେଜ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ଛାତ୍ରୀଙ୍କ ମୃତ୍ୟୁର ନ୍ୟାୟିକ ତଦନ୍ତ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ଆନ୍ଦୋଳନ କରୁଛି । ଦେବଗଡ ଜିଲା କଂଗ୍ରେସ ସଂଯୋଜକ ସେମ ହେମ୍ରମ ଏବଂ ବରିଷ୍ଠ ନେତା ସିଦ୍ଧେଶ୍ୱର ଗୁରୁଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନ ଜାରି ରହିଛି । ଶାନ୍ତି ଶୃଙ୍ଖଳା ପାଇଁ ଦେବଗଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।