୮ ରାଜ୍ୟର ୧୯ଟି ରାଜ୍ୟ ସଭା ଆସନ ପାଇଁ ଚାଲିଛି ନିର୍ବାଚନ

ନୂଆଦିଲ୍ଲୀ,୧୯।୬: ୮ ରାଜ୍ୟର ୧୯ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ସକାଳ ୯ଟାରେ ନିର୍ବାଚନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି, ଝାଡଖଣ୍ଡ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରୁ ୧ଟି ଲେଖାଏ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ଭୋଟ ଗଣତି କରାଯିବ। ସୂଚନାଯୋଗ୍ୟ, ମାର୍ଚ ୨୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କରୋନା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।