Categories: Home Leftଖେଳ

୭.୭୫ କୋଟି ମିଳିବା ପରେ ନାଚିଲେ ହେଟମେର

କୋଲକାତା,୨୦।୧୨- ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ସିମରନ ହେଟମେରଙ୍କୁ ଆଇପିଏଲ ନିଲାମ ପ୍ରକ୍ରିୟାରେ ଦିଲ୍ଲୀ କ୍ୟାପିଟାଲ୍ସ ୭.୭୫ କୋଟି ଟଙ୍କାରେ କିଣିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ହେଟମେର ଖୁସିରେ ନାଚି ଉଠିଛନ୍ତି। ଏ ନେଇ ଡିସି ଫ୍ରାଞ୍ଚାଇଜ ପକ୍ଷରୁ ଏକ ଭିଡିଓ ଟୁଇଟ୍‌ କରାଯାଇଛି, ଯେଉଁଥିରେ ହେଟମେର ନାଚୁଛନ୍ତି। ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ଚଳିତ ଭାରତ ବିପକ୍ଷ ସିରିଜ୍‌ରେ ଚମତ୍କାର ଫର୍ମରେ ଅଛନ୍ତି। ଭାରତ ବିପକ୍ଷ ଟି୨୦ ସିରିଜ୍‌ରେ ସେ ଓ୍ବେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିଲେ।