The Prime Minister, Shri Narendra Modi at a state-level Mahila Saksham Melava or Empowered Womens Meet of Self Help Groups, organised by the Maharashtra State Rural Livelihood Mission (UMED), in Aurangabad Maharashtra on September 07, 2019. The Governor of Maharashtra, Shri Bhagat Singh Koshyari is also seen.
ନୂଆଦିଲ୍ଲୀ,୮-୯: ମୋଦି ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ଧାର୍ଯ୍ୟ ସମୟ ପୂର୍ବରୁ ୮ କୋଟି ଏଲ୍ପିଜି ସଂଯୋଗ ଲକ୍ଷ୍ୟ ପୂରଣ କରିଛି। ଶନିବାର ମହାରାଷ୍ଟ୍ରର ଔରଙ୍ଗାବାଦ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ କୋଟିତମ ଏଲ୍ପିଜି ସଂଯୋଗ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଧାର୍ଯ୍ୟ ଲକ୍ଷ୍ୟର ୭ ମାସ ପୂର୍ବରୁ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ମହିଳାଙ୍କୁ ମାଗଣାରେ ଏଲ୍ପିଜି ସଂଯୋଗ ଦେଇପାରିଛନ୍ତି। ୨୦୧୬ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୫ କୋଟି ଏଲ୍ପିଜି ସଂଯୋଗ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ପରେ ଏହାକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୮କୋଟିକୁ ବୃଦ୍ଧି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର ଗରିବ ପରିବାରକୁ ମାଗଣାରେ ଗ୍ୟାସ୍ ସଂଯୋଗ ଦେଉଛନ୍ତି। ଏଥିପାଇଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ସରକାର ୧୬୦୦ ଟଙ୍କାର ସବ୍ସିଡି ଦେଉଛନ୍ତି। ଏହା ସିଲିଣ୍ଡର ଲାଗି ସିକ୍ୟୁରିଟି ମନି ଏବଂ ଫିଟିଙ୍ଗ୍ ଚାର୍ଜ ଭାବେ ଦିଆଯାଇଥାଏ। ହିତାଧିକାରୀ କେବଳ ଚୁଲି କିଣିଥାନ୍ତି। ହିତାଧିକାରୀଙ୍କ ଆର୍ଥିକ ବୋଝକୁ କମାଇବା ଲକ୍ଷ୍ୟରେ ଚୁଲ୍ଲି ଓ ପ୍ରଥମ ରିଫିଲ୍ ଖର୍ଚ୍ଚକୁ କିସ୍ତି ଆକାରରେ ଆଦାୟ କରାଯାଉଛି। ଏହି ଯୋଜନା ଲାଗୁ ହେବା ପରେ ଅଦ୍ୟାବଧି ୯୫% ଜନସଂଖ୍ୟା ଏଲ୍ପିଜି ବ୍ୟବହାର କରୁଛନ୍ତି। ୨୦୧୪ ମେ’ରେ କେବଳ ୫୫% ଲୋକେ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ତୈଳ ମାର୍କେଟିଂ କମ୍ପାନୀ ଏହି ଯୋଜନାର ଲକ୍ଷ୍ୟ ହାସଲ ଲାଗି ମିଶନ ମୋଡ଼୍ରେ କାମ କରିଛନ୍ତି।