Close up of male hands in bracelets behind back
ମାର୍ଶାଘାଇ,୧୩।୧୦(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳର ଜଣେ ୬ ବର୍ଷର ଶିଶୁପୁତ୍ରଙ୍କ ସହ ଗାଁରେ ବୁଲି କପଡ଼ା ବିକ୍ରି କରୁଥିବା ଜଣେ ଯୁବକ ଅପ୍ରାକୃତିକ ଯୌନ ସମ୍ପର୍କ ରଖି କୋର୍ଟ ଚାଲାଣ ହୋଇଛନ୍ତି। ସଂପୃକ୍ତ ଯୁବକ ଜଣକ ଉତ୍ତରପ୍ରଦେଶର ମୁଜାଫର୍ନଗର ଜିଲା ହୁସେନ୍ପୁରକାଲା ଗାଁର ସୌକେନ୍(୨୨)। ସେ ତାଙ୍କର ଜଣେ ସାନଭାଇଙ୍କ ସହ ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ଗାଁ ବୁଲି କପଡ଼ା ବ୍ୟବସାୟ କରିଥାନ୍ତି। ଶନିବାର ଶିଶୁପୁତ୍ରଙ୍କୁ ଏକୁଟିଆ ଦେଖି ଏକ ଅର୍ଦ୍ଧନିର୍ମିତ ଘରକୁ ନେଇ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଶିଶୁ ଜଣଙ୍କ ଘଟଣା ସମ୍ପର୍କରେ ଘରେ କହିବା ପରେ ଉକ୍ତ ଯୁବକଙ୍କୁ ଗ୍ରାମବାସୀ ଅଟକାଇ ପୋଲିସ ଜିମା ଦେଇଥିଲେ। ଏନେଇ ଶିଶୁପୁତ୍ରଙ୍କ ଜେଜେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଏସ୍ଡିପିଓ ରାଜୀବଲୋଚନ ପଣ୍ଡା ଏନେଇ ଘଟଣାର ତଦନ୍ତ କରିବା ସହ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ରବିବାର କୋର୍ଟ ଚାଲାଣ କରିଛନ୍ତି।