Tube tests are pictured pictured as media visit the Microbiology Laboratory of the University Hospital (CHUV) during the coronavirus disease (COVID-19) outbreak in Lausanne, Switzerland, March 23, 2020. REUTERS/Denis Balibouse
କୋଏମ୍ବାଟୁର,୨୬।୪: ତାମୁଲନାଡୁର କୋଏମ୍ବାଟୁରରେ ୬ଜଣ ପୋଲିସଙ୍କ ନିକଟରେ କରୋନା ପଜିଟିଭ ମିଳିବାରୁ ଏବେ ସେଠାକାର ୨ ପୋଲିସ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ପୋଦାନୁର ଓ କୁନିଆମୁଥୁରରେ ଥିବା ଏହି ପୋଲିସ ଷ୍ଟେଶନକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କର ଚିକିତ୍ସା ଇଏସ୍ଆଇ ହସ୍ପିଟାଲରେ କରାଯାଉଛି। ଏହି ପୋଲିସ ଷ୍ଟେଶନର ସମସ୍ତ କର୍ମଚାରୀଙ୍କୁ ଏକ ଘରୋଇ ବିବାହ ମଣ୍ଡପକୁ ସ୍ଥାନାନ୍ତର କରାଯାଇଛି। ପୋଲିସ କମିଶନର ସୁମିତ ସରନ କହିଛନ୍ତି ଅନ୍ୟ ୧୦୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ସୂଚନାଯୋଗ୍ୟ, ଲକ୍ଡାଉନ ସମୟରେ କରୋନା ଯୋଦ୍ଧା ସାଜିଥିବା ପୋଲିସ କରୋନାରେ ସଂକ୍ରମିତ ହେବା ଖବର ଆହୁରି ଅଡୁଆରେ ପକାଉଛି।