New Delhi, Apr 11 (ANI): Police personnel seal West Vinod Nagar after a case of Coronavirus was reported, during a nationwide lockdown, in New Delhi on Saturday. (ANI Photo)
ନୂଆଦିଲ୍ଲୀ,୧୭।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମଧ୍ୟ ବଢି ଚାଲିଛି। ଶୁକବ୍ରାର ସୁଦ୍ଧା ସଙ୍ଗମ ବିହାରକୁ ନେଇ ରାଜଧାନୀ ଦିଲ୍ଲିୀର କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୬୬ରେ ପହଞ୍ଚିଛି। ସଙ୍ଗମ ବିହାରରେ ଗୋଟିଏ ପରିବାରର ୪ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ସୁଦ୍ଧା ୧,୬୪୦ ହୋଇଥିବା ବେଳେ ଦେଶରେ ଏହି ସଂଖ୍ୟା ୧୩,୮୩୫ରେ ପହଞ୍ଚିଛି।