୫ ମୁଖ୍ୟମନ୍ତ୍ରୀଙ୍କ ସହ ରୁଷ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୧।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ ସହ ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଗୋଆ ଓ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ୱରେ ଏମାନେ ଭ୍ଲାଦିଭୋଷ୍ଟକରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଯୋଗୀ କୃଷି କ୍ଷେତ୍ରରେ ଅପୋସ ସହଯୋଗକୁ ନେଇ କଥା ହେବେ ବୋଲି ଜଣାପଡିଛି। ଏହି ଗସ୍ତର ମୂଳ ଉଦ୍ଦେଶ୍ୟ ହେଉଛି କଣ୍ଟ୍ରାକ୍ଟ ଫାର୍ମିଙ୍ଗରେ ସହଯୋଗ। ଆଉ ଏହି ୪ ଦିଦିଆ ଗସ୍ତ କାର୍ଯ୍ୟକ୍ରମରେ ଯୋଗୀ କେତେଗୁଡିଏ ଏମ୍‌ଓୟୁରେ ଦସ୍ତଖତ କରିବେ ବୋଲି ଜଣାପଡିଛି। ଯୋଗୀଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ରୁଷ ଗସ୍ତ କରିଛନ୍ତି। ଏହାସହ ପାଖାପାଖି ୫୦ ଜଣ ଉଦ୍ଦ୍ୟୋଗପତି ମଧ୍ୟ ରହିଛନ୍ତି।

Share