୫ ମାସ ପରେ କାର୍‌ଗିଲ୍‌ରେ ମିଳିଲା ମୋବାଇଲ ଇଣ୍ଟରନେଟ୍‌ ସୁବିଧା

ଲଦାଖ,୨୭।୧୨: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ସେଠାରେ ଅନେକ ସ୍ଥାନରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଇତିମଧ୍ୟରେ ପ୍ରାୟ୧୪୫ ଦିନ ବିତି ଯାଇଥିଲେ ମଧ୍ୟ କାର୍‌ଗିଲ୍‌ ଜିଲାରେ ମୋବାଇଲ ଇଣ୍ଟରନେଟ୍‌ ସେବା ମିଳି ନ ଥିଲା। ଶୁକ୍ରବାର ଦୀର୍ଘ ପ୍ରାୟ ୧୪୫ ଦିନ ଅପେକ୍ଷାର ଅନ୍ତ ଘଟିଛି। କାର୍‌ଗିଲ୍‌ରେ ଏବେ ମୋବାଇଲ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏଠାରେ ବ୍ରଡବ୍ୟାଣ୍ଡ ସେବା କାର୍ଯ୍ୟ କରୁଥିଲା।

Share