Close-up Of Male Doctor Filling The Medical Form
ମଣିଷଙ୍କୁ ୫୦ ବର୍ଷ ଡେଇଁବା ମାତ୍ରେ କିଛି ବିଶେଷ ସମସ୍ୟା ସେମାନଙ୍କୁ ଆକ୍ରାନ୍ତ କରିଥାଏ। ଯାହା ବୟସ୍କ ଲୋକଙ୍କ ଲାଗି ଚିନ୍ତାର କାରଣ ହୋଇପଡେ। କାରଣ ଏହି ବୟସରେ ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇ ଥାଏ। ତେବେ ଏପରି କିଛି ବିଶେଷ ସ୍ବାସ୍ଥ୍ୟ ସମସ୍ୟା ରହିଛି ଯାହା ୫୦ ବର୍ଷ ପରେ ଲୋକଙ୍କଠାରେ ଅଧିକ ଦେଖାଯାଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ…..
ହୃଦ୍ଘାତ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଆମେରିକାରେ ଏହି ରୋଗ ପ୍ରଥମ, ଯାହା ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଯାଇଥାଏ।
ଦ୍ୱିତୀୟରେ କ୍ୟାନ୍ସର ଯାହା ବୟସ୍କ ବ୍ୟକ୍ତିମାନଙ୍କୁ ଅଧିକ ଆକ୍ରାନ୍ତ କରିଥାଏ। ଅମେରିକାରେ ୫୦ ବର୍ଷ ପରେ ଏହି ରୋଗ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଇଥାଏ। ଯଥା ପାକସ୍ଥଳୀ ଓ ସ୍ତନ କର୍କଟରେ ମହିଳାମାନେ ଆକ୍ରାନ୍ତ ହୋଇଥାନ୍ତି।
ଷ୍ଟ୍ରୋକ୍: ଆମେରିକାରେ ହୃଦ୍ଘାତ ଓ କ୍ୟାନ୍ସର ପରେ ପ୍ରାୟ ଲୋକ ଏହି ଷ୍ଟ୍ରୋକରେ ଆକ୍ରାନ୍ତ ହୋଇଥାନ୍ତି। ଯାହା ସବୁଠୁ ଅଧିକ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରିଥାଏ।