୪ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ବ୍ରାଜିଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବ୍ରାଜିଲ ପ୍ରଧାନମନ୍ତ୍ରୀ ଜେର ମେସିଆସ ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏଥର ସେ ସାଧାରଣତନ୍ତ୍ର ଦିବସର ଅତିଥି ହୋଇପାରନ୍ତି ବୋଲି କୁହାଯାଉଛି। ବୋଲସୋନାରୋଙ୍କର ଏହି ଗସ୍ତ ସମୟରେ କୃଷି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଆଲୋଚନା କରାଯିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହେବ ବୋଲି କୁହାଯାଉଛି। ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଉଭୟ ଦେଶ ମଧ୍ୟରେ ପ୍ରାୟ ୧୫ଟି ଚୁକ୍ତି ସ୍ବାକ୍ଷର କରିବେ ବୋଲି ଅନୁମାନ କରାଯାଉଛି।

Share